ଶିଶୁ ପୂର୍ଣଗଠିତ ନର

ଶିଶୁ  ପୂର୍ଣଗଠିତ ନର
ଶିଶୁକୁ ଭାବେ ଯେ ନିର୍ବୋଧ ପ୍ରକାଶ କରେ ନିଜ କ୍ରୋଧ ଶୁଣାଉଥାଏ ନିତି ଗାଳି ବୁଝେନା ଶିଶୁଟେ କିଭଳି ଗୁରୁଜନ ବା ବାପାମାଆ ଶିଶୁକୁ କରୁଥାଂତି ଯାହା ଦେଖିଲେ ଲାଗଇ ଅଡ଼ୁଆ ଏମାନେ ନିର୍ଦୟ ଭକୁଆ ଶିଶୁକୁ ଯୋଗାଂତି ଜିନିସ ଭାବଂତି ହେବ ସେ ମଣିଷ ଘୋଷିଲେ ଭିନ୍ନ ଭାଷା ବହି ପ୍ରଥମ ସ୍ଥାନେ ଥିବ ରହି କରଂତି ଶୈଶବ ହରଣ ମନର ଆଗ୍ରହ ମାରଣ ହୁଏ ତାଂକର ନିତ୍ଯ କର୍ମ ସ୍ବେଚ୍ଛାଚାଳିତ ଅବିରାମ ଶିଶୁଂକୁ କରି ପ୍ରତିଯୋଗୀ ଉଠାଉଥାଂତି କେତେ ଛବି ଶିଶୁଟେ ହୁଏ ପ୍ରଦର୍ଶିତ କିଛି ବି ନ ହୁଏ ପ୍ରକୃତ ଶିଶୁକୁ ଏତେ ଭାରାକ୍ରାଂତ କରିବା ସକାଶେ ଚକ୍ରାଂତ ଚଳାଇ ଶିକ୍ଷା ସୌଦାଗର କରଂତି ସଦା ଅତ୍ୟାଚାର ଏ ପ୍ରଥା ପାଇ ସମର୍ଥନ ଜମାଇ ସର୍ବତ୍ର ଆସନ ଭାଷାକୁ କଲାଣି ବିପନ୍ନ କେ ଖୋଜେନାହିଁ ସମାଧାନ ଦୁର୍ବଳ ହେଉଅଛି ଭିତ୍ତି ହେଉଛି ଖୁବ୍‌ ବେଶି କ୍ଷତି କରିବା ଏ ରୀତି ବାରଣ ସ୍ବାଧୀନ ହେବେ ଶିଶୁଗଣ ଶିଶୁଂକ ସ୍ବାର୍ଥରକ୍ଷୀ ଜଣେ ଦିଶୁନାହିଁ ତ କେଉଁ କୋଣେ ସଭିଏଁ ସର୍ବଜ୍ଞାନୀ ପରି ଶିଶୁଂକୁ ଦେଲେଣି ପାସୋରି

What's Your Reaction?

like

dislike

love

funny

angry

sad

wow