ଭବିଷ୍ୟତ ପାଇଁ କାମ

ଓଡ଼ିଆ ସାହିତ୍ୟ

ଭବିଷ୍ୟତ ପାଇଁ କାମ
ପୁରୁଣା ଗୋଟିଏ ମାନଚିତ୍ର ଦେଖି ଏବେ ଯଦି ଯାତ୍ରାରଂଭ ଯିଏ ବି କରିବ, ବାଟରେ ତାହାର ଭାଂଗିଯିବ ପଣ, ଦଂଭ ପୁରୁଣା ଅସ୍ତ୍ରଶସ୍ତ୍ରାଦି ଧରି ଏବେ ଯେ କରିବ ଯୁଦ୍ଧ ଆଘାତ ଦେଇ ନ ପାରି ପରାଜିତ ହେବାକୁ ସେ ହେବ ବାଧ୍ୟ ପୁରୁଣା ଶବ୍ଦକୋଷ ବ୍ୟାକରଣ ଏବେ କଲେ ଅଧ୍ୟୟନ ତହିଁରୁ କେବେ ବି ମିଳି ପାରିବନି ଚଳିତ ଭାଷାର ଜ୍ଞାନ ଯେତେ ସୁସମୃଦ୍ଧ ହୋଇଥିଲେ ସୁଦ୍ଧା ସ୍ବଭୂମିର ଇତିହାସ ଅତୀତକୁ ଫେରି ଏବର ମଣିଷ କରି ପାରିବନି ବାସ ସ୍ଥାନ, କାଳ, ଜନ ଠାରୁ ହୋଇ ଭିନ୍ନ ଯାହା ବି ହେଉଛି ଲେଖା ତା ଯୋଗୁଁ ଭାଷାର ମର୍ଯାଦା ଗୌରବ ହୋଇ ପାରୁନାହିଁ ଟେକା ଅତୀତ ଏଡ଼ାଇ ବର୍ତମାନ ଯଦି ଭବିଷ୍ୟତ ପାଇଁ କାମ ଭାଷୀଏ କରଂତି ଦୃଢ଼ମନା ହୋଇ ପୁଣି ମିଳିବ ସୁନାମ

What's Your Reaction?

like

dislike

love

funny

angry

sad

wow