ଗଣପତି

ଗଣେଶ, ଗଣପତି ବା ବିନାୟକ ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ଦେବତା। ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ। ତାଙ୍କର ବାହନ ମୂଷିକ। ଏହି ଭଗବାନଙ୍କ ଉପରେ ମୋର କବିତା ...

ଗଣପତି
ଗଣପତି
ଅଗ୍ରପୂଜ୍ୟ ଗଣପତି ପାର୍ବତୀ ନନ୍ଦନ ବିଘ୍ନ ବିନାସନ ପ୍ରଭୁ ଶଙ୍କଟ ମୋଚନ। ଜ୍ଞାନଦାତା ଗଣେଶ୍ବର ଦୟାରସାଗର। ରିଦ୍ଧି ସିଦ୍ଧି ସ୍ତ୍ରୀ ନେଇ ତୁମର ସଂସାର। ମୂଷିକ ବାହନେ ବସି ତୁମେ ଲମ୍ବୋଦର। ମାତା ପିତା ଚତୁର୍ପାଶ୍ବେ ତୁମେ ଘୁରିଦେଲ। ପିତାମାତା ସମକକ୍ଷ ନୁହେଁ ଏ ସଂସାର। ଜାଣିଥିଲ ବୋଲି ପୂଜା କଲ ବିଘ୍ନେଶ୍ବର। ମାତା ଆଜ୍ଞା ପାଳିବାକୁ ହରାଇ ମସ୍ତକ। ମାତୃ ଭକ୍ତିର ପ୍ରମାଣ ରଖିଗଲ ଟେକ। ପୂଜାରେ ପ୍ରଥମ ନାମ ତୁମ ଉଚ୍ଚାରଣ। ଗଜମୁଖ ହୋଇ ଅଗ୍ରପୂଜ୍ୟ ତୁମ ସ୍ଥାନ। ଏକଦନ୍ତ ହୋଇ ତୁମେ ଦିଶ ହେ ସୁନ୍ଦର। ପଇତା କୁଣ୍ଡଳ କର୍ଣେ ଦିଶେ ମନୋହର। ଛାତ୍ର ଛାତ୍ରୀ ମାନଙ୍କର ତୁମେ ଅତିପ୍ରିୟ। ଭକ୍ତି ପୂଜାକଲେ ତୁମ ଆଶିର୍ବାଦ ଦିଅ। ତୁମ ପାଦତଳେ ଭକ୍ତିପୁତ ନମସ୍କାର ଉତ୍ତମ ଲିଖନ ପାଇଁ ଲୋଡେ ଦୟାତୋର।

What's Your Reaction?

like

dislike

love

funny

angry

sad

wow