ତ୍ରାହି ତ୍ରାହି ଡାକ

ଜ୍ଞାନ ଧନ ଓ ନିଷ୍ଠା ହୀନ ଚେଷ୍ଟାରେ ଗଲା ବହୁ ଦିନ ହେଲା କି ଭାଷା ଉନ୍ନୟନ ବିଚାର କରୁଁ ଭାଷୀଗଣ ସର୍ବନାଶୀ ଏ ନିଷ୍କ୍ରିୟତା ନିଶ୍ଚିହ୍ନ କରିପାରେ ସତ୍ତା ଏ ନୁହେ ମିଛ ଚେତାବନୀ ଆଖି ବୁଲାଇ ନେଉଁ ଜାଣି କରି ଅତୀତ କୀର୍ତି ଗାନ ବିତିଲା ସମଗ୍ର ଯୌବନ ଦିଶିଲାନାହିଁ ଭବିଷ୍ଯତ ଅଜସ୍ର ଯୋଜନା ବ୍ୟାହତ ଏବେ ବି ଅଛି ସଂଭାବନା ନ କରୁଁ ଆଉ ବେଶି ମନା ଅଯଥା କ୍ଷୟ କଲେ କାଳ ସମସ୍ୟା ହୋଇବ ପ୍ରବଳ ଛାଡ଼ିଲେ ତ୍ରାହି ତ୍ରାହି ଡାକ ନ ଥିବେ ଜଣେ ହେଲେ ଲୋକ ନିଜ ଭାଷାର ସମର୍ଥକ ଅଥବା ବିକାଶ ବର୍ଧକ ଏହି ଭାଷାରେ ଜାତ ହୋଇ କିଛି ବି ରଖିଯିବା ନାହିଁ ଭାବନା ନୁହେ ସ୍ବାଭାବିକ ସଭିଏଢ଼ଁ ହୋଇବା ସାଧକ

What's Your Reaction?

like

dislike

love

funny

angry

sad

wow