ଅଫଳପ୍ରସୂ ପ୍ରଥା

ପ୍ରଶ୍ନର ଉତ୍ତର ଲିଖନ ଦ୍ବାରା ଅର୍ଜିତ ହେଲେ ଜ୍ଞାନ ତାହାର ହୁଏ ଅବସାନ ପରୀକ୍ଷା ଶେଷ ହେବା ଦିନ ପ୍ରଶ୍ନ ଓ ଉତ୍ତର ଉଭୟ ଶିକ୍ଷକ କରିଲେ ନିର୍ଣୟ ଛାତ୍ର କେବଳ ଦିଏ ଘୋଷି କିଛି ନ ରହେ ମୁଂଡେ ପଶି ହୋଇଛି ଏପରି ବ୍ୟବସ୍ଥା ପାସୋରି ଛାତ୍ର ମନ କଥା ଏପରି ଜ୍ଞାନ ବୋହି ବୋହି ସେ କିଛି ବୁଝିପାରେନାହିଁ ଯେ ସହେ ଏପରି ଉପେକ୍ଷା ଦେବାକୁ ପଡ଼ିଲେ ପରୀକ୍ଷା ଯାହା ଶୁଣେ ତାହା ହିଁ ଲେଖି ଶିକ୍ଷକ ହାତେ ଦିଏ ଟେକି ବଢିଲେ ବିଦ୍ୟା ପରିସର ସ୍ମୃତି ଓ ଶ୍ରୁତିକୁ ନିର୍ଭର କରିବା ନ ହୁଏ ସଂଭବ ଛାତ୍ରକୁ ମିଳେ ପରାଭବ ଛାତ୍ର ତ ଏ ଦେଶର ପୁତ୍ର ଛଳନା ତା ସହ ସର୍ବତ୍ର କାହିଁକି କରଂତି ଶିକ୍ଷକ ବାଧା କି ଦିଏନା ବିବେକ ଛାତ୍ରର ଅଭିରୁଚି ବୁଝି ଶିକ୍ଷା ଦେବାକୁ କେହି ରାଜି ନୁହଂତି ଆମର ଦେଶରେ ବିଫଳ ହେଉଛୁଁ ଶେଷରେ ଏହି ଅଫଳପ୍ରସୂ ପ୍ରଥା ଯୋଗୁଁ ତ ଶିକ୍ଷାର ଅବସ୍ଥା ଏବେ ହୋଇଛି ଶୋଚନୀୟ କରିବା କିଛି ଅନ୍ୟୋପାୟ ନ ହେଲେ ଛାତ୍ର ବହୁଳାଂଶ ପାଇବେ ଜ୍ଞାନର ଭଗ୍ନାଂଶ ଅନେକ କାମକୁ ଅଯୋଗ୍ୟ ସତେ କି ଏହା ତାଂକ ଭାଗ୍ୟ ?

What's Your Reaction?

like

dislike

love

funny

angry

sad

wow