ଅବହେଳା

ବିଶ୍ବର ଉପେକ୍ଷା ସହୁଅଛି ଦେଶ ଦେଶ ଅଣଦେଖା ସହୁଛି ରାଜ୍ୟ ରାଜ୍ୟ ମୁହଁ ମୋଡ଼େ ଜିଲା ଆଡ଼ୁ ଏମିତି ଚାଲିଛି ପୂରା ସାମ୍ରାଜ୍ୟ ସତ ମିଛ କେବେ ପରଖ ହୋଇନି ଉପେକ୍ଷା ଆଉ ଅବହେଳା ଅଭିଯୋଗକାରୀ ଚଳାଇ ରଖଂତି ଅଭ୍ୟାସବଶତଃ ଶବ୍ଦ ଖେଳା ନେତା ଅନୁଗତ ହୋଇ ଅବିରତ ଗୋଟିଏ ଲୋକକୁ ଈଶ୍ବର ମଣି ଏହିପରି ନୀତି କରେ କେତେ କ୍ଷତି ତାହା ତ ଜନତା ପାରେନା ଜାଣି ଜ୍ଞାନ ଗୁଣ ଧରି, ଯୋଗ୍ୟତା ଭରି ଆଉ କେବେ ହେବ ବିଶ୍ବ ଶାସନ ଯେତେ ପରକାରେ ଖୋଜିଲେ ଏଠାରେ ଦିଶୁନାହିଁ କିଛି ସମାଧାନ ଏପଟ ସେପଟ ଓଲଟ ପାଲଟ ସରେନାହିଁ ଆଲୋଚନା ଲୋକଂକର ଦୁଃଖ ବଢି ଚାଲିଥାଏ କିଏ କି କରେ ଶୋଚନା ?

What's Your Reaction?

like

dislike

love

funny

angry

sad

wow