ଆଏଁ ବଡ଼୍ ମାତ୍ବର୍
ଓଡ଼ିଆ ସାହିତ୍ୟ
ଇ ତନ୍, ମନ୍, ଚିତ୍, ବୁଦ୍ଧି, ବିବେକ୍
ଜ୍ଞାନ୍ ସବୁ ଆଏ ମୋର୍
ଯେତେ ଯାହା ମୁଇଁ ଘିନିଛେଁ, ଛିନିଛେଁ
ବେଟି, ତୁଲି, ଖୁଁଟି, ମାଗି ଆନିଛେଁ
ସେହି ସବୁ ଆଏ ମୋର୍
ଯାହା ଯେତେ ମୁଇଁ ପିଇଲିଁ, ଖାଏଲିଁ
ମାଖ୍ଲିଁ, ପିଁଧ୍ଲିଁ, ଉଢ଼୍ଲିଁ
ସେହି ସବୁ ଆଏ ମୋର୍
ଯାହା ଯେତେ ମୁଇଁ କହେସିଁ , ଲେଖ୍ସିଁ,
ଫିକ୍ସିଁ, ବିକ୍ସିଁ, ରଖ୍ସିଁ, ଦେଖ୍ସିଁ
ସେହି ସବୁ ଆଏ ମୋର୍
ଇ ଘର୍, ଦୁଆର୍, ପର୍ଛି, କୁଠି,
ଖଟ୍, ଚଉକି, କଁଥା, ମୁଚ୍ଲା
ସବୁ ଆଏ ପରେ ମୋର୍
ଇ ସଂସାର୍, ଦେଶ୍, ସହର୍, ଗାଆଁ,
ଡୁଂଗ୍ରି, ଜଂଗଲ୍, ନଏଦ୍, ଯୋର୍, ବଁଧ୍
ସବୁ ପରେ ଆଏ ମୋର୍
ଇ ଭାଷା, ସଂସ୍କାର୍, ଚଲନ୍, ବେଭାର୍
ନାତାଗୁତା, ଲାଗର୍ଲେସର୍,
ଚିହ୍ନାର୍, ଅଚିହ୍ନାର୍ ଯାହିଁ ଯେତେ ଅଛନ୍
ସବୁ ଆରୁ ସଭେ ମୋର୍
କରୁଥିସିଁ ମୁଇଁ ସୋର୍
ମୁଇଁ ବିଲ୍କୁଲ୍ ନିର୍ଧନ୍ ନୁହେଁ
ଆଏଁ ବଡ଼୍ ମାତ୍ବର୍
ଜନଉଛେଁ ଦେଇ ଜୋର୍
ଯେନ୍ମାନେ ଭିଲ୍ ପଢ଼ୁଛନ୍ ଇ ସବୁ
ସେ ସଭେ ସତେଁ ମୋର୍
ଇ ସବୁ ଅକ୍ଷର୍ ମୋର୍