ଆଗ୍ନେୟଗିରି ସହ ଭେଟ

ଦିହକୁ ନେବନି... କହିଲେ ତା'ପରେ ଯାଚ୍ଛାତା ବକିଲେ କଥା ଶୁଣି ମୁଁ କାବା ହେଲି ଆଗ୍ନେୟଗିରିକୁ ଭେଟିଲି ମୁଖୁଢ଼ଢ଼ଁ ଆସିଲା ଲାଭା ବହି ଏବେ ମୁଁ ପଳାଇବି କାହିଁ ମୋତେ ଦିଶିଲାନାହିଁ ବାଟ ଏ କାହା ସହ ହେଲା ଭେଟ କହିଲେ... ଗାଇବନି ଗୀତ ସିଆଡ଼େ ଯାଏନି ମୋ ଚିତ୍ତ ଲଦିବନାହିଁ ମତାମତ ମନରେ ଜାତ କରେ କ୍ଷତ କହିଲି... ହଉ ତେବେ ଆଜ୍ଞା କରୁଛିଢ଼ଢ଼ଢ଼ଁ ଏଠାରେ ପ୍ରତିଜ୍ଞା କବିତା କରିବି ବର୍ଜନ ଆଉ ନ କରଂତୁ ଗର୍ଜନ ସେ ପୁଣି ରାଗିଗଲେ ବେଶି... ଥଟ୍ଟା କରୁଛ ହୋଇ ଖୁସି ଚଲାଇଅଛ ଗୋଟେ ନାଟ ଦେଖିନ ମୋ ରୂପ ବିକଟ ମୁଁ ସେଠୁ ଧାଇଁ ପଡ଼ି ଆସି ଏଠାରୈ ଆରାମ୍‌ରେ ବସି ପାଉଛିଁ ଶୀତଳତା ସ୍ପର୍ଶ ନାହିଁ ବିଷାଦ, ଅଛି ହର୍ଷ ଅଗ୍ନି ସହିତ ସଖାପଣ କରିଛିଁ ସ୍ବେଚ୍ଛାରେ ବର୍ଜନ ଅଯଥା ଗର୍ଜନ ତର୍ଜନ ଶୁଣିବା ପାଇଁ ନାହିଢ଼ଁ ମନ ସେ ଯାହା କଲେ ଉଦ୍‌ଗିରଣ କରିବିନାହିଁ ନିବାରଣ ଆତ୍ମରକ୍ଷା ହିଁ ମୋର ଦୀକ୍ଷା ପାଇଲି ଏତିକି ତ ଶିକ୍ଷା ମୁଁ ଗଦ୍ୟ ଲେଖେଁ ଅବା ପଦ୍ୟ ଯଦି ତହିଁର ଭାବ ସଦ୍ୟ ସ୍ବୀକାର କରେ ହିମ ଗିରି ନୁହେ ତା ସ୍ବଯଶ ଭିକାରି ଦୁର୍ଗଂଧ ଉତ୍ତାପ ଓ ଧୂଆଁ ଯୋଗୁଁ ମୁଁ ହେବାରୁ ଛାନିଆ ଦୂରକୁ ଆସିଛିଁ ପଳାଇ ଫେରିବା ପାଇଁ ଇଚ୍ଛା ନାହିଢ଼ଁ

What's Your Reaction?

like

dislike

love

funny

angry

sad

wow