କଥା ନି କହି, କଥାନି
ଓଡ଼ିଆ ସାହିତ୍ୟ
କଥା ନି କହି, ରହି ଶିଖ୍ଲାଁନ
କାଁଯେ କହେମା କଥାନି ?
ଖବର୍ ନି ପାଇ, ଜିଇଁ ଜାନ୍ଲାଁନ
କାଁଯେ ଶୁନ୍ମା ବକାନି ?
ସତ୍କେ ଲୁକେଇ କାଏଁ ଲାଭ୍ ପାଏଲାଁ
ଗନୁଁ ଘାଏ ଇହାଛିନି
ପାସ୍ରି ମାଟିକେ, ମନୁ ଉହାଟି
ବନାଲାଁ ସରଗ୍ ନରକ୍
ଦୁହି ଠାନ୍ ଇନ ହେଲେନ ଗୁଟେ
ଦିଶୁଛେ ଭାଏଲ୍ ଫରକ୍ ?
ଇହାଦେ ଦେବ୍, ସେହେଦେ ଦାନବ୍
ହଉଛେ ଚାଲାକ୍ ମାନବ୍
ଚିଂତା, କଥା, କାମ୍ ତିନ୍ କିସ୍ମର୍
କରୁଁ ଘାଏ ଅନୁଭବ୍
ଚିଂତା ଅନୁସାରେ କଥା ନାଇଁ ହୁଏ
କଥା ଅନୁସାରେ କାମ୍
ଦିହିଠାନୁ ମନ୍ ଜହ ବିଗ୍ଡ଼ିଛେ
ଫସିଛୁଁ ଜୀବନ୍ ତମାମ୍
ଉବାଟ୍ ଧରି ଯେନ ପୁହୁଁଚିଛୁଁ
ସେଠାନୁ ଯାଉଁ ଫିରି
ଶହେ ବଛରର୍ ଆଘୋର୍ ସମିଆକେ
ଜିଇଁ ରହୁଁ ଦମ୍ ଧରି
ବଡ଼୍ ବଡ଼୍ କଥା ନାଇଁ କହୁଁ ଶୁନୁଁ
କରୁଁ ସାନ୍ ସାନ୍ କାମ୍
ସାନ୍ ସାନ୍ କାମ୍ ମିଶ୍ଲେଁ ମହାନ୍
ଗାଆଁ ତ ସରଗ୍ ଧାମ୍
ପ୍ରକୃତି ଯାହା ଯେତ୍କି ଦେଇଛେ
ସବୁ ତୁଲି ବାଁଟି ଖାଉଁ
ପ୍ରକୃତିଛଡ଼ା ହେଇ ନାଇଁ ମରୁଁ
ଯେତେ ଅଛୁଁ, ଜିଇଁ ଥାଉଁ
ନାଇଁତ ଯେତେ ଜଲ୍ଦି ପାର୍ମା
ଇଠାନୁ ପଲେଇ ଯାଉଁ
କଥାନିର୍ ପାଲେଁ ପଡ଼ିଛୁଁ ସଭେ
ନାଇନ ସତର୍ ଭାଉ
ସତ୍ ଶୁନ୍ଲେଁ କି ଜାନ୍ଲେଁ ଭିଲ୍
ଆଉର୍ ନାଇଁ ଚିଆଉ
ଅଜାର୍ ପିଠିଁ ଲାଉ ହେଇ ଛୁଆ
ସତ୍ କଥା ଶୁନୁଥାଉ