ଆକର୍ଷଣ

ଳିଳାମୟ ତୋର କରୁଣା ଅପାର ଆକର୍ଷୁ ତୁ ବାରବାର। ହୃଦୟ ତନ୍ତ୍ରୀରେ ତୋହର ଚହଳ ଖୋଲୁ ଏକଏକ ଦ୍ବାର। ଆନନ୍ଦବଳୟ ମନ ମୋହିନିଏ ହିଂସାଂଅହଂକର ମନୁ ଚାଲିଯାଏ ପ୍ରଶାନ୍ତିର ଏକ ଦିବ୍ୟ ଚେତନା ଉନ୍ମେଷ ହୁଏ ମନୁ। ଅନ୍ଧାର ତିମିର ହଟିହଟି ଯାଏ ଯେବେ ତୋ ପରଶ ମତେ ଛୁଇଁଯାଏ ପାଇବାର କ୍ଷୃଧା ମନୁ ଧୋଇଯାଏ ତୃପ୍ତିର ଆଭାସ ଯେଣୁ। ସଂଚରି ଯାଉତୁ ଦେହରୁ ମନକୁ ପୁଲକିତ କରୁ ମୋ ମନ ପ୍ରାଣକୁ ଭାବର ଲହର ଟିଏ ବହିଯାଏ ଲେଖିଦିଏ ତାହା ତେଣୁ। ଳିଳାମୟ ତୁମ କରୁଣା ଅପାର ଯିବନାହିଁ କେବେ ମନୁ।

What's Your Reaction?

like

dislike

love

funny

angry

sad

wow