କଥାର ଭାଉ

କଥାର ଭାଉ କେଉଁଠି ନାହିଁ ତେବେ ବି କହି କହି କେହି କାହାକୁ ଶୁଣଂତି ନାହିଁ ମଜାରେ ଥାଂତି ରହି କହିଲା ବେଳକୁ ସବୁ ଅପରୂପ କଲା ବେଳକୁ ଅସାର ହେଉଥିଲେ ବି ପର୍‌ବାଏ ନାହିଁ ଏଇମିତି ଚଳେ ସଂସାର ଭାବନା କଥା କାମ ତିନିହେଁ ଚଳଂତି ତିନିଟି ବାଟେ ଗୋଟିକ ସଂଗେ ଆରଟି ଅପଡ଼ ବିବାଦ କେବେ ନ ତୁଟେ କହୁଥିବା ଲୋକ ଲାଭ ପାଉଥାଏ ଶୁଣୁଥିବା ଲୋକ କ୍ଷତି ଯୁଗ ଯୁଗ ଧରି ଚଳିଆସୁଛି ବଦଳୁନାହିଁ ଗତି ଜ୍ଞାନର ମରଣ ହୋଇଛି, ତେଣୁ ବୁଣଂତି ଶବ୍ଦ ଖଇ କହିବା ଆଉ ଶୁଣିବା ଲୋକ ଉଭୟେ ଅଜ୍ଞାନ ହୋଇ ଏକାକୀ ରହି ଧ୍ୟାନ ନ କଲେ ମନକୁ ପଶେନି ଜ୍ଞାନ ଜ୍ଞାନ ପାଇ ସୁଦ୍ଧା କାମ ନ କଲେ ହେଉଥାଏ ଲୋକସାନ ଜ୍ଞାନ ପଡ଼ିଥାଏ ସାରା ସଂସାରେ ଯିଏ ଖୋଜି ଖୋଜି ଆଣେ ଅସଲ ଜ୍ଞାନର ଭାଉ ବୁଝି ସେ ଜୀବନ ସାରା ମାନେ

What's Your Reaction?

like

dislike

love

funny

angry

sad

wow