ଆମର୍, ତାଁକର୍
ଓଡ଼ିଆ ସାହିତ୍ୟ
ଆମର୍ ତାଁକର୍ କେତେ ଫରକ୍
ସବୁଯାକ ବସି ଗନ୍ମା
କି ଯାହାଯେତ୍କି ସମାନ୍ ଆଏ
ସେ ସବୁ ବୁଝ୍ମା, ଜାନ୍ମା ?
ଇ ପ୍ରଶ୍ନର୍ ଉତ୍ତର୍ ଉପ୍ରେ
ସବୁ କରୁଛେ ନିର୍ଭର୍
କିଏ ସତେଁ ବଡ଼୍ ସାନ୍ ଆଉଁ କି
ସଭେ ଆଉଁ ବରାବର୍ ?
' ଆମେ, ସେମାନେ ' ରେହେଁଟି ବଘା
ଘାଏ ତଲ୍, ଘାଏ ଉପର୍
ଉତ୍ରି ଆଏଲେଁ ମାଟି ମାଆଁ ପରେ
ଆଏ ସତେଁ ସମ୍କର୍
ସମାନତାକେ ଧରି ଚଲି ଶିଖୁଁ
ଥିଲେଁ ଥାଉ ଯେତେ ତଫାତ୍
ସିଆଁତ୍ ମନେ ସତ୍ତା ସଁଭାଲୁଁ
ନାଇଁହଉଁ ଉତ୍ପାତ୍
ହରେକ୍ ଭାଷାର୍ ଶବଦ୍ ଭଁଡ଼ାର୍
କାହିଁ ନାଇଁଲାଗି ତାଲା
ଯାହାର୍ ଯେତ୍କି ଦର୍କାର୍ ହେସି
ସେତ୍କି ସେ ଦେଲା, ନେଲା
' ଆମର୍ ତାଁକର୍ ' ଗୁଲ୍ମାଲ୍ କଲେଁ
ସବୁ ନୁକ୍ସାନ୍ ହେଲା
ବୁଢ଼ାବୁଢ଼ୀ ଯେତେ ବୁଝାଲେଁ ଭିଲ୍
ନାଇଁମାନ୍ବାର୍ ପିଲା
ସଭେ ହେସୁଁ ଗୁଲ୍ଗୁଲା