ଗାଆଁଟି କି ଗାଁଟି ?

ଯେଉଁ ଶବ୍ଦରେ ରହିଛି ଆ ତାହାକୁ ହଟାଇବା କିଆଁ ଶବ୍ଦରୁ କାଟିଲେ ଅକ୍ଷର ବଢେ କି ଆଦର ତାହାର ଗାଆଁକୁ ଗାଁ ଓ ମାଆକୁ ମା ନାଆଁକୁ ନାଁ ଓ ବାଆଁକୁ ବାଁ ଥାଆଂତା ବଦଳରେ ଥାଂତା ଯାଆଂତା ପରିବର୍ତେ ଯାଂତା ଲେଖି, ନ କରି ଟିକେ ଚିଂତା ବଢାଉଥାଉଁ ଅବ୍ୟବସ୍ଥା ଆ ବର୍ଣ କରୁଛୁଁ ବର୍ଜନ ଭାଷା ହେଉଛି ଶିରୀହୀନ ବାଆଁକୁ ଗାଆଁଟି ମାଆର ଅଥବା ବାଁକୁ ଗାଁଟି ମାର ଯେଉଁଟି ଦିଶେ ଶୁଭେ ଶୁଦ୍ଧ ନ କରୁଁ ତାହାକୁ ଉଚ୍ଛେଦ କେବଳ ଅଭ୍ୟାସରେ ପଡ଼ି ବର୍ଣଗୁଡ଼ିକୁ ଦେଲେ ତଡ଼ି ହୁଏ କାହାର ଉପକାର ବାରେ ତ କରିବା ବିଚାର ଯେଉଁ ଶବ୍ଦଟି ସୂତ୍ରାଧୀନ ତାହାର ରୂପ କଲେ ଭିନ୍ନ ବଢେନି ଭାଷାର ସଂମାନ ଏ ସତ୍ୟ ବୁଝୁଁ ଭାଷୀ ଗଣ ସୂତ୍ର ମାନିବା ବାରଂବାର ଶୃଂଖଳା କରିବା ସ୍ବୀକାର ହେବନି ଭାଷା ରୂପ ହାନି ସଭିଏଁ ମନେ ରଖୁଁ ଜାଣି ପରସ୍ପରଠୁଁ ହୋଇ ଭିନ୍ନ ଚଳିବା ଆଉ କେତେ ଦିନ ? ମନରେ ଖେଳାଇ ଏ ପ୍ରଶ୍ନ କରୁଁ ସମସ୍ୟା ସମାଧାନ

What's Your Reaction?

like

dislike

love

funny

angry

sad

wow