ନିଜର୍‌ ଭାଷାର ହାନି

ନିଜର୍‌ ଭାଷାର ହାନି
ଖାଲି ଗୋଟେ ଭାଷା ଜାଣିଥିବା ଜଣେ ଜାଗା ଜଗି ଥାଏ ରହି ପାଖ ଗାଆଁ ଛାଡ଼ି ଦୂର ସ୍ଥାନକୁ ସେ ଡରୁଥାଏ ଯିବା ପାଇଁ ବହୁଭାଷୀ ଦେଶେ ଏକାଧିକ ଭାଷା ପ୍ରତ୍ୟେକ ଲୋକ ଜାଣେ ' ଗୋଟେ ଭାଷା ଏଠି ଚଳୁ ' କହିପାରେ ବ୍ୟବସ୍ଥା ବିରୋଧୀ ଜଣେ ସବୁଆଡ଼ୁ ଲୋକ ଆସଂତି ଏଠାକୁ ଆମେ ସବୁଆଡ଼େ ଯାଊଢ଼ଁ ଯେ ଯେତେ ଭାଷା ପାରିଛୁଁ ଶିଖିଛୁଁ ଭାବ ଦେଇ ନେଇ ଜିଉଁ ନିଜ କଥା ଖାଲି କହୁଥାଉଁ ଯଦି କାହାର କଥା ନ ଶୁଣି ଅଜାଣତରେ ବି କରି ଦେଇଥାଉଁ ନିଜର ଭାଷାର ହାନି ଜଣକ ମତରେ ସମାଜ ଚଳେନା ଏ କଥା ରଖିଲେ ମନେ କ୍ରୋଧ ଓ ବିରାଗ ଉଭେଇଯାଏ ଫେରି ପାରେନାହିଁ ଦିନେ ସ୍ବାବଲଂବୀ ଜାଗା କେଉଁଠି ବି ନାହିଁ ନାହିଁ ସ୍ବାବଲଂବୀ ଭାଷା ପରସ୍ପର ସହ ହୋଇ ଯୋଡ଼ାଯୋଡ଼ି ସଭିଏଁ କରଂତି ଆଶା ନିଜର ଦେଶ ଓ ନିଜର ଭାଷାରୁ ନ ତୁଟୁ କେବେ ଭରସା ଅନ୍ୟ ସବୁ ଦେଶ ଭାଷା ଜାଣିବାକୁ ମନରେ ଥାଉ ଜିଜ୍ଞାସା ବିଶାଳ ବିଶ୍ବରେ କ୍ଷୁଦ୍ରମନା ଲୋକେ ହୋଇଥାଂତି ଲୋକହସା ଅସଂତୁଷ୍ଟ ଆଉ ପ୍ରତିବାଦୀ ମାନେ ବଢାଂତି ସବୁ ଦୁର୍ଦଶା ବିବିଧତା ଭରା ଆମ ପୃଥିବୀକୁ ଲୋଡ଼ା ସର୍ବସମନ୍ବୟ ଏତିକି କରିଲେ ସଂଘର୍ଷ ଅଲୋଡ଼ା ନାହିଁ ଜୟ ପରାଜୟ

What's Your Reaction?

like

dislike

love

funny

angry

sad

wow