ବୀରତ୍ବ ଗାଥା

ବୀରତ୍ବ ଗାଥା
'ପୁଅକୁ ଏବେ ମୁଁ ପାନେ ଚଖାଇବି' କହି ସେହି ସାହି ବୀର ଦେହ ଥରଥର ରାଗମିଶା ସ୍ବର କରିଚାଲିଲା ଚିତ୍କାର 'ତୁ ଯଦି ସତରେ ପିଇଛୁ କେବେ ବି ତୋହର ମାଆର କ୍ଷୀର ଲୁଚିଅଛୁ କିଆଁ ଆ ବାହାରି ଆ ପଡ଼ି ରହିଥାଉ ଘର' ଶୁଣି ଏହି ବାଣୀ କରି ଖୁବ୍‌ ଠାଣି ଠେଂଗା ହାତରେ ଧରି ସେ ଘର ଭିତରୁ ଆଉ ଗୋଟେ ବୀର ଶୀଘ୍ର ଆସିଲା ବାହାରି ଦୁଇ ବୀର ଏକସଂଗେ କହୁଥିଲେ ଯାବତ୍‌ ଯାଚ୍ଛାତା କଥା ଏହା ଶୁଣି ସେହି ସାହି ଲୋକଂକର ଘୂରି ବୁଲୁଥଲା ମଥା ଦୁଇ ବୀରଂକର ଝଗଡ଼ା ଶୁଣିଲେ ସବୁ ମୂକ ସାହି ଲୋକ କାହାରି ମନରେ ନ ଥିଲା ଟିକେ ସୁଖ ଶାଂତି ପାଇଁ ଭୋକ ଅଛଂତି ଅନେକ ଏ ଦେଶରେ ଲୋକ ଖାଦ୍ୟ ନ ହୁଏ ହଜମ ଏଠି ସେଠି ଯାଇ ବିବାଦ ନ କଲେ ଦିନରାତି ଅବିରାମ ଶାଂତି ଚାହୁଁଥିବା ଦେଶ ନାଗରିକ ଚଳୁଥାଂତି ସବୁ ସହି କେହି କାହାକୁ ତ କଥା ପଦଟିଏ ଆଉ ପାରୁନାହିଁ କହି ଯାହା ଯେତେ ଲୋଡ଼ା ଖଂଡା ଭୁଜାଲି ବଂଧୁକ ଆଉ ଗୁଳି ଯିଏ ଜାଣେ କିଣି ମହାମୂଲ୍ୟ ଗଣି ତାହାକୁ ଯାଉଛି ମିଳି ଦେଶବାସୀ ଦେଶବାସୀଂକ ସହିତ କରି ନିରଂତର ଯୁଦ୍ଧ ଶାଂତିକାମୀ ଏହି ପବିତ୍ର ଦେଶକୁ କରିଦେଲେଣି ଅଶୁଦ୍ଧ ଲୋକଂକ ମନରେ ପୂରି ରହିଅଛି ଅଳିଆ ଆବର୍ଜନା ମାନସିକ ପରିବେଶ ରକ୍ଷା ପାଇଁ ସଭିଏଁ କରଂତି ମନା

What's Your Reaction?

like

dislike

love

funny

angry

sad

wow