ଶିଶୁଂକୁ ଉପେକ୍ଷା

ଯେଉଁଠି ଶିକ୍ଷକ ଅଜ୍ଞାନ କିପରି ଦେବେ କିଛି ଜ୍ଞାନ ଗଣି ଛାତ୍ରଂକ ଉପସ୍ଥିତି ଭୋଜନ ବ୍ୟବସ୍ଥା କରଂତି ବିଦ୍ୟାଳୟ କି ଖାଦ୍ୟାଳୟ କହିପାରିବେ ମହୋଦୟ ଶିଶୁଂକ ସହ କରି ଛଳ ପୋଷଂତି ଉଦର କେବଳ କ୍ଷମତାଧାରୀ ଅଧିକାରୀ କିଛି ପାରଂତିନାହିଁ କରି ବୈଠକ ବସେ, ସରେ ବେଳ ନିଃଶେଷ ସମସ୍ତ ସଂବଳ ନିଜ ପିଲାଂକ ଭଲ ପାଇଁ କାହାକୁ ପଚାରିବା ଯାଇ ସତରେ ଯଦି ମାତା ପିତା କରଂତେ ପିଲା କଥା ଚିଂତା ଶୁଭଂତା ସେମାନଂକ ଦାବି ହୁଅଂତା ଅତ୍ୟଂତ ପ୍ରଭାବୀ କିଂତୁ ସେମାନେ ଉଦାସୀନ ଆଗ୍ରହ ଉତ୍ସାହ ବିହୀନ ଆପଣା ଝିଅ ପୁଅ ପାଇଁ ଯେ ଟିକେ ଧ୍ୟାନ ଦିଏନାହିଢ଼ଁ ତାହାର ନିରାସକ୍ତ ଗୁଣ ଶିକ୍ଷାର ମାନ କରେ କ୍ଷୁଣ୍ଣ ସବୁଠୁ ପାଇଲେ ଉପେକ୍ଷା ଶିଶୁକୁ ମିଳେନି ସୁଶିକ୍ଷା ବଡ଼ ହୋଇ ସେ ଚୋରି, ଭିକ୍ଷା ଦ୍ବାରା କରଇ ପ୍ରାଣରକ୍ଷା ଶିଶୁର ନାହିଁ କିଛି ଦୋଷ ନ ପାଏ ଆନଂଦ ସଂତୋଷ ଶୈଶବ ବିତେ ପାଇ ଗାଳି ଯୌବନେ ନାଚେ ମାରି ତାଳି କୌଣସି କାମ ଜାଣେନାହିଁ ନିଯୁକ୍ତି ମିଳଂତା କିପାଇଁ ବୁଢାଏ କଲେ ମନସ୍ତାପ ଧୋଇ ହୁଏନା ପୂର୍ବ ପାପ ଭବିଷ୍ଯତର ନାଗରିକ ଦେଶର ସବୁ ଶିଶୁ ଯାକ ଘୋଷଣା ଶୁଣିଲେ ଉଲ୍ଲାସ କରେ ଶିଶୁର ସର୍ବନାଶ ଏପରି ଆମ ଗାଆଁ ଦେଶ ଚର୍ଚା ହୁଏନା କେବେ ଶେଷ କାମ ହୁଏନା କେବେ ମୂଳ ସଭିଏଁ ଭୋଗୁଁ ପ୍ରତିଫଳ

What's Your Reaction?

like

dislike

love

funny

angry

sad

wow