ଭାଷା ଓ ଜ୍ଞାନ

ମିଳୁ ଯେଉଁ ଭାଷାରୁ ଜ୍ଞାନ ସ୍ବଭାଷାରେ କଲେ ଲିଖନ ଭାଷା ଜ୍ଞାନ ଉଭୟ ବୃଦ୍ଧି ଯୋଗୁଁ ନିଶ୍ଚେ ଘଟେ ସମୃଦ୍ଧି ଜ୍ଞାନ ଆଉ ଶବ୍ଦର ସ୍ଥିତି ନିଶ୍ଚଳ କଦାପି ନୁହଂତି ଧନ ପରି ଜ୍ଞାନ ଚଂଚଳା ଗତିପଥ ଥାଏ ମୁକୁଳା ଶବ୍ଦ ଜ୍ଞାନ କଲେ ଆୟତ୍ତ ସମାଜଟେ ହୁଏ ଉନ୍ନତ ଏହି ଧାରା ସଂସାର ସାରା ଚଳୁଅଛି ଦିଶଇ ପରା ଜ୍ଞାନର ଗମନାଗମନ ହେତୁ ବଢେ ମାନ ସଂମାନ ସମଭାବ ରଖିଲେ ସର୍ବେ ସର୍ବୋନ୍ନତି ଘଟଇ ଭବେ ଆସିଛି ଏମିତି ସମୟ ସଂକୀର୍ଣତା ନେଉ ବିଦାୟ ହେଉଥାଉ ବିଶ୍ବ କଲ୍ୟାଣ ବଢୁଥାଉ ଭାଷା ଓ ଜ୍ଞାନ ନୂଆ ଯୁଗ ଜ୍ଞାନ ଚାଳିତ ଜ୍ଞାନ ହିଁ ତ ପ୍ରକୃତ ବିତ୍ତ ଉଦାରତା ପୂରିତ ଚିତ୍ତ ଧରି କରୁଁ ଶବ୍ଦ ସ୍ବାଗତ ନିଜର ସ୍ଥାନୀୟ ସଂସ୍କୃତି ପରଂପରା ରୀତି ଓ ନୀତି ତେବେ ବି ପାରିବା ସଂଭାଳି ବିଶ୍ବ ସହ ନ କରି କଳି କାହାକୁ ବି ନ ଦେଇ ଗାଳି ସୁଖେ ହୁଏ ସଂସାରେ ଚଳି କେହି ନାହିଁ ଆମର ଭଳି ଭାବନାରେ ଲାଗୁ ଅର୍ଗଳି ଜଗିଥାଉଁ ସୀମା ନିଜର ସାରା ବିଶ୍ବ ଅଟେ ଆମର ଆମେ ମଧ୍ୟ ସାରା ବିଶ୍ବର ମନେ ରଖୁଁ ଏହି ବିଚାର ଅଯଥା ବୌଦ୍ଧିକ ସଂଘର୍ଷ ଯୋଗୁଁ ହୁଏ ଜ୍ଞାନ ବିଧ୍ବଂସ ବୁଦ୍ଧି ବୃତ୍ତି ହୋଇଲେ ନାଶ ଘଟେନାହିଁ ଭାଷା ବିକାଶ

What's Your Reaction?

like

dislike

love

funny

angry

sad

wow