ଶୀତ

ଶୀତଛୁଆ ଏବେ ଗୁରୁଣ୍ଡି ଗୁରୁଣ୍ଡି ଆସୁଛି ଭିତରେ ପଶି। ଗରମଟା ଆଉ ଏତେ ବାଧୁନାହିଁ ଲାଗୁଅଛି ମନ ଖୁସି। କାର୍ତ୍ତିକ ସକାଳ ଜନମ ତାହାର ଉଲୁସାଇ ଦିଏ ଦେହ। ଶୀତୁଆ ବାଆର ପରଶ ବାଜିଲେ ଭ୍ରମଣକୁ ବଢେ ମୋହ। ଶିଶୁ ଶୀତ ଯେବେ ସାବାଳକ ହେବ ପ୍ରଚଣ୍ଡ ହୋଇବ ଶୀତ। ଥରଥର ହୋଇ ଦାନ୍ତପାଟି ବାଜି ଥଣ୍ଡାହେବ ଗୋଡହାତ। ସୁଏଟର ସାଲ ହେବ ଦରକାର ଘଉଡିବା ପାଇଁ ଶୀତ। ବାସି ଦରବକୁ ମନ ଯିବନାହିଁ ଲୋଡିବ ଗରମ ଭାତ।

What's Your Reaction?

like

dislike

love

funny

angry

sad

wow