ଶୁଦ୍ଧତା ଆଡ଼କୁ...

ଓଡ଼ିଆ ସାହିତ୍ୟ

ଶୁଦ୍ଧତା ଆଡ଼କୁ...
ଶବ୍ଦର ଏହି ରୂପାବଳି ରଖିବା ଯତନେ ସଂଭାଳି ତ୍ରୁଟି ହେବନି ବାରଂବାର ସ୍ବଭାଷା ହେବ ଶୁଦ୍ଧତର କୃଷ୍ଣ ଓ ଅକ୍ରୂର ମିତ୍ରତା କୃଷକ ଉପରେ କ୍ରୂରତା ତୃତୀୟ ଥର ହେଲା ତ୍ରୁଟି ତୃଷ୍ଣା ଆତୁର ଶତ୍ରୁ ତଂଟି ଦୃଢ଼ମୂଳ ଏ ଦ୍ରୁମାବଳି ଦ୍ରୁତ ଯାନରୁ ଦୃଶ୍ଯ ଭଳି ଦୃଷ୍ଟିବାଧିତକୁ ବିଦ୍ରୂପ ଭୃତ୍ୟର ଭ୍ରୂକୁଂଚିତ ରୂପ ଶୃଗାଳ ଡାକ ଶ୍ରୁତିକଟୁ ଶୃଂଖଳା ଶ୍ରୁତି ନିତି ଘଟୁ ' ଋଦ୍ଧିମଂତ' ରେ ' ଋ ' ରହୁ କେବେ ବି ' ରୁ ' ଆଉ ନୋହୁ ' ଅମୃତା, ମୃଣାଳ ' ଲିଖନ ' ମ୍ରି ' ର ନାହିଁ ପ୍ରୟୋଜନ ଏ ଭେଦ ବୁଝି କରୁଁ ଶିକ୍ଷା ଭାଷାଟି ପାଇବ ସୁରକ୍ଷା ସଂଦେହଗ୍ରସ୍ତ ହେଲେ ମନ ଦେଖୁଁ ଉତ୍ତମ ଅଭିଧାନ ଯତ୍ନ ସହିତ କରୁଁ କାମ ସ୍ବଭାଷା ହେବ ସର୍ବୋତ୍ତମ ଲୋଡ଼ୁଛି ଲୋକ ସେବା ଶ୍ରମ କିପାଇଁ ନେଉଛୁଁ ବିଶ୍ରାମ ?

What's Your Reaction?

like

dislike

love

funny

angry

sad

wow