କାହିଁକି ହେବା ଅଧୀର

ଭାବନାର ନଈ ଯାଉଥାଏ ବହି ଦୁଇ ତଟେ ଭାଷା ଘାଟ କେଉଁଠାକୁ ଅଛି ବଂକା ବାଟ ତ କେଉଁଠାକୁ ସିଧା ବାଟ କେଉଁ ଘାଟ ଅଟେ ଖୁବ୍‌ ଓସାରିଆ କେଉଁ ଘାଟ ଅଟେ ସରୁ ଯହିଁ ଗାଧୋଇଲେ ଦେହ ହୁଏ ସଫା ଅଧିକ ଚିଂତା ନ କରୁଁ ଭାବନା କି ଭାଷା କେଉଁଟି ବୁଝିବା ପ୍ରବାହ କି ଘାଟ କେଉଁଟି ଜାଣିବା ଆଗ ମନ କରୁଁ ସ୍ଥିର ଏ ଘାଟରୁ ଯାଇ ସେ ଘାଟେ ବୁଡ଼ିଲେ ସେହି ଭାଷା ସଂଗେ ଏ ଭାଷା ଯୋଡ଼ିଲେ କାହିଁକି ହେବା ଅଧୀର ?

What's Your Reaction?

like

dislike

love

funny

angry

sad

wow