ଅଯଥା ପ୍ରତିବାଦୀ

କେ କାହା ମୁଂଡେ କ'ଣ ଲଦି ଦିଏ ଯେ ହୁଅ ପ୍ରତିବାଦୀ ହୋଇଲେ ମତ ପ୍ରକାଶିତ ଗୃହୀତ ଅବା ଅଗୃହୀତ ଯେତେ ମଣିଷ ସେତେ ମନ କରିହୁଏନା ନିୟଂତ୍ରଣ ପ୍ରତିବାଦ ତ ହୁଏ ବୃଥା ଏ ଅଟେ ସର୍ବଜଣା କଥା ଅନ୍ୟ ଲୋକଂକୁ ଦେଇ ଧ୍ୟାନ ହ୍ରାସ କରିଲେ ନିଜ ମାନ କାମ ନ ହୁଏ କେବେ କରି ଆପତ୍ତି ସୁଦ୍ଧା ଯାଏ ସରି ନିଜ ନିୟମ ନିଜେ ମାନ ଅନ୍ୟକୁ କରନାହିଁ ମ୍ଳାନ ଏକାଗ୍ର ରଖି ସ୍ଥିର ମନ ସ୍ବକାର୍ଯ କର ସଂପାଦନ ଗଦ୍ୟ ପଦ୍ୟର ଭେଦାଭେଦ ନୁହେ ଏ ଭାଷାକୁ ବିପଦ ଧ୍ବନି ସମତାଭରା ଭାଷା ଭାବକୁ କରଇ ସରସା ପ୍ରତ୍ୟେକେ ସ୍ବରୁଚି ସଂଭାଳି ସୁଖେ ପାରିବା ସର୍ବେ ଚଳି ଅନ୍ୟର ରୁଚିକୁ ଆଦର ଇଚ୍ଛା ହେଲେ ନ କରିପାର ଭାଷାଂଶ କରି ଅଧ୍ୟୟନ କଲେ କର୍ତବ୍ୟ ସଂପାଦନ ଆଗ୍ରହୀ ଭାଷାଭାଷୀ ଗଣ ହୋଇବେ ପ୍ରୟୋଗ ନିପୁଣ

What's Your Reaction?

like

dislike

love

funny

angry

sad

wow