ଅକର୍ମଣ୍ୟ ଉପଦେଶ

ସବୁଠି ସର୍ବଦା ସଂପନ୍ନ ଉପଦେଶର ବିତରଣ ଚଳଇ ହୋଇ ଅବିଚ୍ଛିନ୍ନ କେହି ନ କରଂତି ପାଳନ ସୁଜ୍ଞାନୀ ହିତବାଣୀ ଶୁଣି ତତ୍କାଳ ଦେଉଥାଂତି ବୁଣି ଯେହେତୁ ସବୁ ମୂଲ୍ୟହୀନ ମନେ ଦିଅଂତିନାହିଢ଼ଁ ସ୍ଥାନ ନୀତିବାଣୀର ପ୍ରଚାରକ ଜଗତେ ଅଛଂତି ଅନେକ ଜଣେ ବି ନାହାଂତି ସାଧକ ତେଣୁ ସେତକ ନିରର୍ଥକ କଥା ମାତ୍ରକେ ସବୁ ଭଲ ମନୋଜ୍ଞ ମଧୁର ନିର୍ମଳ କାମ ବେଳକୁ ଟଳମଳ ବିଶ୍ବରେ ଫୁଟେ ବିଷଫୁଲ ସେହି ଫୁଲର ମାଳା ଗୁଂଥି ଦୁର୍ଜନ ମହାନ୍‌ ବୋଲାଂତି ନାହିଁ ଏହାର ପ୍ରତିକାର ଏ ବିଶ୍ବ ହେଲା ଶବ୍ଦଘର ଶୁଣି ଓ କହି ଦିବ୍ୟବାଣୀ କିଛି ପାରୁନି କେହି ଜାଣି ସବୁଠି ଚଳେ ସୁଭାଷଣ ସତ୍ୟର ସୁସ୍ପଷ୍ଟ ମରଣ

What's Your Reaction?

like

dislike

love

funny

angry

sad

wow