ଣ ପ୍ରୀତି

ସଂସ୍କୃତର ସ୍ବର୍ଣ ଚୂର୍ଣ କର୍ଣ ସ୍ବଭାଷାରେ ସୁନା ଚୂନା କାନ ଯଦିଚ ସୁପ୍ରଚଳିତ ଏପରି ବିଧାନ ପୁନଶ୍ଚ ଣ ପ୍ରୀତି ଏବେ କରୁଛୁଁ ପାଳନ ଖନିଜ ଖଣିଜ ପୁଣି ଘଟନା ଘଟଣା ଠିକାନା ଠିକଣା ଆଉ ପାଟନା ପାଟଣା ଟିନ୍‌ ହେଲା ଟିଣ ଫେର୍‌ ପୁନଃ ହେଲା ପୁଣି ରାନୀ ହୁଏ ରାଣୀ ଆଉ କହାନୀ କାହାଣୀ ବନ ହୁଏ ବଣ ଆଉ ଖେଳନା ଖେଳଣା କିଆଁ ଏତେ ଣ ପ୍ରୀତି ପଡ଼େନାହିଁ ଜଣା ଏଭଳି କି ବର୍ନ୍‌ ବର୍ଣ୍ଣ ମଡର୍ନ୍‌ ମଡର୍ଣ୍ଣ ରିଟର୍ନ୍‌ ରିଟର୍ଣ୍ଣ ହୁଏ, ନାହିଁ ନିବାରଣ ନିଜର ଭାଷାକୁ କରି ନିଜେ କଷ୍ଟକର ଆଶା କରୁଥାଉଁ ଖାଲି ପ୍ରଚାର ପ୍ରସାର

What's Your Reaction?

like

dislike

love

funny

angry

sad

wow