ଖୁସି
ଆଜି ପୁରାଦଶଦିନପରେ ନିଜ ପସନ୍ଦର ଶୋରିଷ ତେଲ ମିଶା ମୁଢି ମିକ୍ଚର ଓ ତାଜାମୂଳା ଖାଇବାକୁ ମିଳିଲା। କି ସ୍ବାଦ କି ତୃପ୍ତି ସତରେ।ନିଜ ଦେଶର ନିଜ ଗାଁ ମାଟିର ଶାଗ ସବ୍ଜିରେ ସତରେ କେତେ ସ୍ବାଦ ଭରିରହିଥାଏ। ପିଲାବେଳୁ ଯେଉଁ ଜିନିଷ ଖାଇ ଆସିଛୁ ସେହି ଖାଦ୍ୟ ଆମର ପସନ୍ଦ ଓ ଅଭ୍ୟାସରେ ପରିଣତ ହୋଇଯାଏ ଧିରେଧିରେ। ଯଦିଓ ଆମେ ଅନ୍ୟ ଜାଗା ଗଲେ ସେ ଜାଗାରେ ମିଳୁଥିବା ଜିନିଷରେ ନିଜକୁ ବ୍ୟବସ୍ଥିତ ବା ଏଡଜଷ୍ଟ କରିବାକୁ ଚେଷ୍ଟାକରୁ। ହେଲେ ଆମକୁ ଆଗପରି ଖୁସି ବା ତୃପ୍ତି ଦେଇପାରେନା ସେସବୁ।
ଗଲା ଅଠର ନଭେମ୍ବରରୁ ଛବିଶ ନଭେମ୍ବର ପର୍ଯ୍ୟନ୍ତ ବାହାରଦେଶ ଥାଇଲାଣ୍ଡ ରେ ରହି ସାଙ୍ଗ ମାନଙ୍କ ସହ ଅନେକ ସୁନ୍ଦର ସୁନ୍ଦର ଜାଗା ବୁଲି ଦେଖିଲେ। ଫିଫି ଆଇଲେଣ୍ଢ ସମୁଦ୍ର ଭିତରେ ରହିଥିବା ଅନେକ ଆଇଲେଣ୍ଡ ଭିତରେ ଗୋଟିଏ। ଜାହାଜରେ ଯାତ୍ରାକରି ପ୍ରକୃତିର ସୁନ୍ଦର ସର୍ଜନା ଗୁଡିକୁ ଦେଖିବାର ସୁଯୋଗ ମିଳିଲା।ଫୁକେଟରେ ଏକ ବୁଦ୍ଧମନ୍ଦିର ଓ ଗଣେଶ ମନ୍ଦିର ଦେଖିବାର ସୌଭାଗ୍ୟ ମିଳିଲା। ସେଠିକାର ମନ୍ଦିର ଗୁଡାକ ଆମ ଦେଶର ମନ୍ଦିର ପରି ନୁହଁ । ଆମେ ରହୁଥିବା ଘରପରି ଚାରିକୋଣିଆ ହେଲେ ସମନାପଟ ଛାତ ଗୁଡାକ ତିନିକୋଣିଆ ତ୍ରିଭୁଜ ସଦୃଶ୍ୟ। ଦୁଇପଟ କୋଣ ତୀଖ ପରି ତିଆରି ହୋଇଥିଲାବେଳେ ମଝି ଜାଗାଟି ତାଙ୍କଠୁ ଆହୁରି ତୀଖ ହୋଇଥାଏ । ଏସବୁ କାଠ ତିଆରି ହେଲେ ସବୁ ସ୍ବର୍ଣ ରଙ୍ଗରେ ରଙ୍ଗାଇ ହୋଇ ସୁନା ପରି ଦିଶୁଥାଏ।
ବେଙ୍କକ ରେ କିନ୍ତୁ ଯେଉଁ ପ୍ରକାଣ୍ଡ ବୁଦ୍ଧମୂର୍ତି ଅଛି ଯାହା ଗୋଲଲ୍ଡେନ୍ ଟେମ୍ପଲ ନାମରେ ପ୍ରସିଦ୍ଧ ସେଠିକାର ବୁଦ୍ଧ ମୂର୍ତିଟି ପାଞ୍ଚହଜାର ପାଞ୍ଚଶହ କିଲୋଗ୍ରାମ ପୁରା ବାଇଶକେରେଡ ସୁନାରେ ତିଆରି। ବୁଦ୍ଧଙ୍କର ଏକ ମାର୍ବଲ ଟେମ୍ପଲ ବି ଅଛି ଯେଉଁଠି ଶୟନ ରତ ବୁଦ୍ଧସହିତ ଅନେକ ପ୍ରକାର ବୁଦ୍ଧମୂର୍ତି ଅଛି। ବହୁତ ସୁନ୍ଦର ମ୍ଦିର। ଫୁକେଟ୍ ରେ ଫାଣ୍ଟାସି ସୋ ଏଲିଫେଣ୍ୟଟ ସୋ ବି ହେଲା ବହୁତ ସୁନ୍ଦରଥିଲା ଫାଣ୍ଟାସି ସୋ ପୁରାସ୍ବରଗ ପରି ପରିବେଶ ହୃଷ୍ଟି କରାହେଇଥିଲା ଧୂଆଁଳିଆ ହେଇ ମେଘର ଭ୍ରମ ସୃଷ୍ଟି କରିଥିଲା ପ୍ରଜାପତି ଓ ରଙ୍ଗବେରଙ୍ଗ ଫୁଲରେ ଭର୍ତି। ଆକାଶରୁ ଲେଜରକପଡା ତିଆରି ଡ୍ରେସପିନ୍ଧି ଛୋଟ ଛୋଟ ପରୀମାନେ ଏକ ସ୍ପ୍ରିଙ୍ଗ ଦ୍ବାରା ଓହ୍ଲାଇ ଆସି ନାଚକରି ପୁଣି ଆକାଶକୁ ଉଠିଗଲେ। ପୁଣି ଦଳେ ଆସି ସର୍କସ ପରି ଉର୍ଦ୍ଧରେ ଲାଗିଥିବା ତାରରେ ଲଟକି ଆସି ଆଶ୍ଚର୍ଯ୍ୟ ଜନକ ଦୋଳି ଖେଳ ଦେଖାଇଲେ। ପଟାୟାରେ ମଧ୍ୟ ଏମିତି ଏକ ଫାଣ୍ଟାସି ସୋ ହୋଇଥିଲା ଏକ ଷ୍ଟୋରିକୁ ନେଇ କାହାଣୀଟି ହେଇଥିଲା।
ପିଲାଟିଏ ଏକ ପୁରୁଣା ବହିଟେ ପାଇଲା ସେଥିରେ ଏକ ଚାବି ଲାଗିଥିଲା ତାକୁ ଘୁରାଇବା ଫୁଳରେ ବହି ଭିତରୁ ମାଙ୍କଡଟିଏ ବାହାରିଆସିଲା। ସମୁଦ୍ର ଟିଏ ଦେଖାଗଲା ସମୁଦ୍ର ଭିତରେ ପାଲଟଣା ଜାହାଜଟିଏ ତାଭିତରେ କିଛି ଯାତ୍ରୀ ମାଙକଡଟି ସେଇ ଜାହାଜରେ ଚଢିଗଲା ଏଭିତରେ ଉତାଳ ସୁଦ୍ର ଭିତରୁ ହଠାତ୍ ଜଳଦସ୍ୟୁଟିଏ ବାହାରିଆସିଲା। ସେ ବୋଇତ ଉପରେ ଆକ୍ରମଣ କରିଦେଲା। ବୋଇତରେ ଥିବା ଜଣେ ହିରୋ ଜୁବକ ଓ ସେ ମାଙ୍କଡ ମିଶି ଜଳଦସ୍ୟୁସହ ସାହଶିକ ସହ ଲଢି ତାକୁ ହରାଇଥିଲେ ଓ ମାରିଥିଲେ ତାପରେ ସମସ୍ତେ ମିଶି ଖୁସି ମନେଇଲେ ନାଚଗିତ କରି ନାଚଗିତରେ ଥାଇଲାଣ୍ଡ ର ସବୁ ଜୀବଯନ୍ତୁ ଓ ସାଂସ୍କୃତିକ ନୃତ୍ୟର ପରିବେଷଣ ହେଲା। ଯେହେତୁ ହାତୀ ସେମାନଙ୍କ ଜାତୀୟପଶୁ ତେଣୁ ସବୁ ସୋ ରେ ହାତୀ ଙ୍କ ଖେଳ ପ୍ରଦର୍ଶିତ ହେଉଥିଲା। ଦର୍ଶକ ମାନଙ୍କୁ ଶୁଣ୍ୟଢଲମ୍ବାଇ ହାତୀମାନେ ଟଙ୍କାମାଗନ୍ତି।ଟଙ୍କା ମିଳିଲେ ଶୁଣ୍ଢରେ ଉଠାଇ ନିଅନ୍ତି ଓ ଆଶିର୍ବାଦ ଦିଅନ୍ତି। ପଟାୟାରେ ଏକବଡ ପାର୍କ ଅଛି ଯେଉଁଠି ଅନେକ ପ୍ରକାର ଛୋଟରୁ ବୃହତ୍ ଡାଏନସର ମୂର୍ତି ନିର୍ମାଣ ହେଇଛି। ଏକ ଫ୍ଲାଓ୍ବାର ଗାଡେନ ଓ ଏକ ଅର୍କିଡ ଉଦ୍ୟାନ ଅଛି।ବିଭିନ୍ନପ୍ରକାର କାକଟସ୍ ଥିବା ଏକ ଉଦ୍ୟାନ ବି ଅଛି।
ଆଉଗୋଟିଏ ଜୁ ରେ ଅନେକପ୍ରକାର ପଶୁପକ୍ଷୀ ଅଛନ୍ତି। ସାରସ ହଂସ ଫ୍ଲେମିଙ୍ଗୋ ଓଟପକ୍ଷୀ ଏମୁ ବିଭିନ୍ନ ରଙ୍ଗର ଛୋଟବଡ ଶୁଆ ତାପରେ ସିଂହ ବାଘ ଜେବ୍ରା ଜିରାଫ ଭାଲୁହରିଣ ସମ୍ବର କୁଟୁରାଝିଙ୍କ ଜଳହସ୍ତୀ ରାଏନୋ କୁମ୍ଭୀର ଏପରି ଅନେକ ପଶୁପକ୍ଷୀଭରା। ଗୋଟିଏ ଜାଗାରେ ଡଲ୍ଫିନ୍ ସୋ ହେଲା। ଡଲ୍ଫିନ୍ ମାନେ ଗିତ ଗାଇଲେ ନାଚ କଲେ ଚୁମାଦେଲେ। ସିଲମାଛ ବି ଦେଖିଲୁ। ଏକ ବାର୍ଡ ସୋ ବି ହେଲା ପକ୍ଷୀମାନେ ଅନେକ କୌଶଳ ଦେଖାଇଲେ।
ଉଆଙ୍ଗଉଟାନ ବା ସିମ୍ପାଞ୍ଜିମାନେ ବି ତାଙ୍କର କମାଲ ଦେଖାଇଲେ ତାଙ୍କ ସୋରେ। ଲେଡି ବଏ ବା କିନ୍ନର ମାନେ ବି ସେଠି ପ୍ରତିବାର୍ ରେ ନୃତ୍ୟ ପରିବେଷଣ କରନ୍ତି କେବଳ ବିକ୍ନି ପିନ୍ଧି । କୋଉ କୋଉ ଜାଗାରେ ପୁରା ଉଲଗ୍ନ।ତାଙ୍କ ଦେଶରେ ଏହାର ପ୍ରତିବନ୍ଧକ ନାହିଁ। ତାପରେ କୋରାଲ ଆଇଲେଣ୍ଢରେ ସମସ୍ତ ଯାଇ ପାରାଚୁଟ୍ ସୋ ମାନେ ଏକ ମୋଟରବୋଟ ଜଣେ ପାରାଚୁଟ ଧାରୀକୁ ଜୋର୍ ରେ ଟାଣି ଟଣି ସମୁଦ୍ର ଭିତରେ ଉଡାଏ। ବହୁତ ଶାହସ ଦରକାର ଏ ଖେଳପାଇଁ।ସି ଡାଇଭ କରି ସମୁଦ୍ର ଭିତରେ ଯାଇ ମାଛ ଓ ଜଳଜ ଉ୍ଦଭିଦ ସବୁ ଦେଖବାର ସୁବିଧା ଅଛି। ତାପରେ ସ୍କୁଟର ଡ୍ରଇଭିଂବି କଲେ ସମୁଦ୍ର ପାଣିରେ । ଏକ କଦଳୀ ଆକୃତିର ବେଲୁନ୍ ଉପରେ ବସି ବି କେତେଲୋକ ଏନ୍ୟଜୟ କରୁଥିଲେ।ସେ କଦଳୀ ବେଲୁନ୍କୁ ବି ମୋଟର ଲଞ୍ଚ ଟାଣୁଥିଲା।
ବେଙ୍କକରେ ଏକ ସୁନ୍ଦର ଡ୍ରିମଓ୍ବାର୍ଲଡ ଦେଖିବାର ଜାଗା ଅଛି।ସ୍ନୋ ଓ୍ବାର୍ଲଡ ଅନେକ ବୃହତ୍ ରେହେଟାଲି କର୍ନଡୋ ଓ ପାଣି ଉପରେ ଖେଳିବାଭୟାନକ ଖେଳ ରହିଛି ସେଠି। ଥ୍ରିଡି ଫୋର୍ଡି ସୋ ବି ଅଛି। ଅନେକ ମଲ୍ ଦୋକାନ ଅଛି ଜେମ୍ସ ପାଇଁ ଥାଇଲାଣ୍ଡ ଜଣା। ଦର୍ଶକ ସେଠିକୁଗଲେ ଜେମ୍ସ ର କଛି ଅଳଙ୍କାର ତ ନିହାତି କିଣେ। ଏଠିକାର ଏୟାର ପୋର୍ଟ ଗୁଡାକ ବି ଏକର ଏକର ବିସ୍ତୃତଓ ବହୁତ ସୁନ୍ଦର ହୋଇଛି। ଏହାର ହୋଟେଲମାନ ବି ପ୍ରକାଣ୍ଡଓ ସବୁ ପ୍ରକାର ଖାଦ୍ୟ ଉପଲବ୍ଧ। ତଥାପି ନିଜ ଦେଶରେ ପହଞ୍ଚିଲେ ଦେହରେ ଏକ ନୂତନ ଉନ୍ମାଦନା ଖେଳିଯାଏ। ନିଜ ଭାଷା ନିଜଲୋକ ନିଜଖାଦ୍ୟ ତୁଳନାରେ ସେଦେଶ ତୁଛ ଲାଗେ।ଏଠି ଯେଉଁ ଖୁସି ମିଳେ ଆଉ କୋଉଠି ନାହିଁ।