ମହାପୁରୁଷ ଗଢା

ତାକୁ ଘେରିଥାଂତି ହସପିଂଧା ମୁହଁ ଟୁଂଗାରିଲା ମୁଂଡ, ନିଷ୍କ୍ରିୟ ମଗଜ ସର୍ବଦା ଅଫିଟା ତୁଂଡ କିଏ ଅବା କ'ଣ ଦିଅଂତା ତାହାକୁ ସଭିଏଁ ତ ସେଠୁ ପାଇବା ନିମଂତେ ରହିଥାଂତି ହୋଇ ରୁଂଡ ସ୍ତାବକ ବେଷ୍ଟିତ ନିଃସହାୟ ସିଏ କିଛି ବି ପାରେନା କରି ତା ଆଖି ଆଗରେ ପ୍ରଜାକୋଷାଗାରୁ ହେଉଥାଏ ନିତି ଚୋରି ଅକର୍ମାମାନଂକୁ ଉଚ୍ଚ ପଦାସୀନ କରି ସେ ସର୍ବୋଚ୍ଚ ହୁଏ ତାହାର ଜୀବନ ସପନ ଦୁଃସହ ମହା ଭ୍ରମେ କାଳ ଯାଏ ଅବଶ୍ୟ ଅବିକା ରଚିତ ହେଉଛି ଭବିଷ୍ୟତ୍‌ ଇତିହାସ ଦାସ୍ୟଭାବଧାରୀ ଭାଷ୍ୟକାରଗଣ ଗଢଂତି ମହାପୁରୁଷ

What's Your Reaction?

like

dislike

love

funny

angry

sad

wow