ସରଳ ବନାନ

ସରଳ ବନାନ
ଆମର କଠିନ ଜଟିଳ ଲିପି ବ୍ୟବସ୍ଥା ଯୋଗୁଁ ଯେ ପାଠକ ସଂଖ୍ୟା କମି ଯାଉଛି , ଏହା ବୁଝିବା କେବେ ? ପାରଂପରିକ ଧାରା ସହିତ ଲାଖି ରହି ସରଳ ବନାନ ଧାରାକୁ ଆଉ କେତେ ଉପେକ୍ଷା କରିବା ? ଶଂକର ଶଙ୍କର ସଂଚୟ ସଞ୍ଚୟ ବାଂଛା ବାଞ୍ଛା ସଂଜୟ ସଞ୍ଜୟ ସଂଧାନ ସନ୍ଧାନ ସଂପୂର୍ଣ ସମ୍ପୂର୍ଣ୍ଣ କର୍ତା କର୍ତ୍ତା ନିର୍ଧନ ନିର୍ଦ୍ଧନ..... ମଧ୍ୟରୁ ଯେଉଁ ପ୍ରକାର ସଫା ଦିଶୁଛି , ତାହାକୁ ଥରେ ସୁଯୋଗ ଦେବା। ମନ ଲଗାଇ ଲେଖିବା ସଫା ସୁଂଦର ଦେଖିବା ଅଥବା କଦବା କିଂବା .... ମ୍ବା ? କ୍ବଚିତ୍ କଦାଚିତ୍ କିଂଚିତ୍ ... ଞ୍ଚି ? ଆକର ମକର କିଂକର ... ଙ୍କ ? ଅଭୂତ ପ୍ରଭୂତ କିଂଭୂତ ... ମ୍ଭୂ ? ଅଧିକଂତୁ ପରଂତୁ କିଂତୁ ... ନ୍ତୁ ? ପ୍ରକୃତ ବିକୃତ ଅଳଂକୃତ ... ଙ୍କୃ ଆବର ପ୍ରବର ସ୍ବୟଂବର ... ମ୍ବ ? ଆପତ୍ତି ବିପତ୍ତି ସଂପତ୍ତି ... ମ୍ପ ? ଭ୍ରମାତ୍ମକ ଧାରା କରିବା ବର୍ଜନ ସ୍ବଭାଷା ସୁଖ୍ୟାତି କରିବ ଅର୍ଜନ ରେଫ ଲାଗିଲେ କେଉଁ ବର୍ଣ ବଦଳି ଯାଏନାହିଁ ଜାଣ ଏକତ୍ର ତିନିଟି ବ୍ୟଂଜନ କେ କରେନାହିଁ ଉଚ୍ଚାରଣ ତେବେ ବି ପ୍ରଥାକୁ ପାଳନ କରି ହେଉଛୁଁ ହଇରାଣ ଏ ରୀତି ତତ୍କାଳ ବର୍ଜନ କରିଲେ ସଂଭବ ଉତ୍ଥାନ ଜ୍ଞାତବ୍ୟ ଦାତବ୍ୟ କର୍ତବ୍ଯ ... ର୍ତ୍ତ ? ସୁଦଶା ସମଦଶା ଦୁର୍ଦଶା ... ର୍ଦ୍ଦ ? ଗୋଧନ ସାଧନ ନିର୍ଧନ ... ର୍ଦ୍ଧ ? ରଚନା ସୂଚନା ଅର୍ଚନା ... ର୍ଚ୍ଚ ? ରଚିତ ସୂଚିତ ଚର୍ଚିତ ... ର୍ଚ୍ଚି ? ସୁଜନ ସ୍ବଜନ ନିର୍ଜନ ... ର୍ଜ୍ଜ ? ନିଜକୁ ପଚାରିବା ପ୍ରଶ୍ନ ତାପରେ କରିବା ଲିଖନ ପ୍ରଥାକୁ ଧରିଲେ ଜାବୁଡ଼ି ଏମିତି ରହିଥିବା ପଡ଼ି ଭାଷାରେ ତ ଜ୍ଜନ ଦ୍ଧନ ଦ୍ଦଶା ତ୍ତବ୍ୟ ଆଦୌ ନାହିଁ . ତେଣୁ ନିର୍ଜ୍ଜନ ନିର୍ଦ୍ଧନ ଦୁର୍ଦ୍ଦଶା କର୍ତ୍ତବ୍ୟ ଦିଶିଲେ ଶିଖାଳିର ମନ ବିଭ୍ରାଂତ ହୁଏ . ନିର୍ଜନ ନିର୍ଧନ ଦୁର୍ଦଶା କର୍ତବ୍ଯ ଦିଶିଲେ ଶିଖାଳି ସହଜ ଭାବରେ ଗ୍ରହଣ କରିପାରେ . ଏ ଭାଷା ଯାଇଛି ବିଗିଡ଼ି ଆମେ ହିଁ ପାରିବା ସଜାଡ଼ି ଏ ଭାଷା କରିବା ସରଳ ହୋଇବ ସବୁଠି ସଚଳ ସରଳତା ହିଁ ହେଉ ବଳ ଭାଷା ହିଁ ସଂସ୍କୃତି ସଂବଳ କରିବା ସଫା ସୁବିମଳ ମିଳିବ ପ୍ରଚେଷ୍ଟାର ଫଳ

What's Your Reaction?

like

dislike

love

funny

angry

sad

wow