ସୁଖେଁ ସଂସାରେ ରହୁଁ
ସତ୍ କେନ୍ଟା, ମତ୍ କେନ୍ଟା
କେନ୍ଟା ଅନୁମାନ୍
ଶୁନ୍ଲା କଥାକେ ଛାନ୍ଲେ ସିନା
ମିଲ୍ବା ପର୍ଛା ଜ୍ଞାନ୍
ଧାନ୍ କୁଟ୍ଲେ ଚାଉଲ୍ ମିଲ୍ସି
ରହିଯାଏସି ଚୁପା
ସବୁ ତ ସତ୍ ନୁହେସେ ବୁଝୁଁ
ଯେତେ ହେସି ଛାପା
ଛାନିକରି କଥା ମାନି ଶିଖ୍ଲେ
ସାରି ପାର୍ମା ବୁତା
କଥାର୍ ଧାରେଁ ଉହୁଲୁଥିଲେଁ
ନାଇଁ ମିଲେ ଅତା ପତ୍ତା
ଯାହା ଶୁନ୍ସୁଁ, ନାଇଁକହୁଁ ଫେର୍
ମନେ ଥାଉଁ ରଖି
ଶୁନ୍ଲା କଥାକେ କହି ବାର୍ବାର୍
କେହି ନାଇଁହୁଏ ସୁଖୀ
ପର୍ହୁର୍ କଥା କି ପର୍ହର୍ କଥା
ନାଇଁ ଲେଖୁଁ, ନାଇଁ କହୁଁ
ନିଜର୍ କଥା ମାନି ଘେନି ସଭେ
ସୁଖେଁ ସଂସାରେ ରହୁଁ