କେଉଁ ଶବ୍ଦ କହୁଁ ଓ ଲେଖୁଁ
ଓଡ଼ିଆ ସାହିତ୍ୟ
ଜ୍ବର ଜର, ଜ୍ବଳଂତ ଜଳଂତା, ଜିହ୍ୱା ଜିଭ, ପକ୍ବ ପାକଲା, ପାର୍ଶ୍ବ ପାଖ, ତ୍ବରିତ ତୁରଂତ, ରାଜତ୍ବ ରାଜୁତି, ବିଲ୍ବ ବେଲ, ପୃଥ୍ବୀ ପୃଥିବୀ, ସ୍ବାଦ ସୁଆଦ ?
ଚକ୍ର ଚକ, ମିତ୍ର ମିତ, ମୂତ୍ର ମୂତ, ନିଦ୍ରା ନିଦ, ସ୍ରୋତ ସୁଅ, ଅଗ୍ର ଅଗ, ଗ୍ରଂଥି ଗଂଠି, ଗ୍ରାମ ଗାଆଁ, ପୁତ୍ର ପୁଅ, ଶ୍ରଦ୍ଧା ଶରଧା, ଭ୍ରମର ଭଅଁର, ପତ୍ର ପତର, ଛତ୍ର ଛତା ?
ମର୍କଟ ମାଂକଡ଼, କର୍ଦମ କାଦୁଅ, କୈବର୍ତ କେଉଁଟ, ସର୍ପ ସାପ, ସର୍ବ ସବୁ, ଅର୍ଧ ଅଧ, ଆର୍ଦ୍ର ଓଦା, ସ୍ବର୍ଣ ସୁନା, କର୍ଣ କାନ, ଚର୍ମ ଚମ, ଦୂର୍ବା ଦୂବ, ବର୍ତିକା ବତି, ବର୍ତମାନ ଏବେ ?
ଅଷ୍ଟ ଆଠ, କାଷ୍ଠ କାଠ, ଗୋଷ୍ଠ ଗୋଠ, ମିଷ୍ଟ ମିଠା, ପୃଷ୍ଠ ପିଠି, ଉଚ୍ଛିଷ୍ଟ ଅଇଁଠା ?
ଲୋକେ ମୂଳ ସଂସ୍କୃତ ଶବ୍ଦ ବଦଳାଇ ସେହି ଭଳି ( ତତ୍ସମ ) ଶବ୍ଦ କହୁ ଓ ଲେଖୁଛଂତି। କିଂତୁ କେତେକ ଲେଖକ ମୂଳ ଶବ୍ଦ ସଂଗେ ଲାଖିରହିଛଂତି। ଲୋକଭାଷା ଓ ସାହିତ୍ଯଭାଷା ମଧ୍ୟରେ ଥିବା ଏହି ଭେଦ ଲୋପ କରିବା ପାଇଁ ଲେଖକେ ଲାଗିପଡ଼ିଲେ ଲୋକେ ପୁଣି ପୂର୍ବ ପରି ସାହିତ୍ଯମୁହାଁ ହୁଅଂତେ ।
ପ୍ରଫୁଲ୍ଲ କୁମାର ତ୍ରିପାଠୀ