କେନ୍ ବେଲେଁ କେନ୍ତା
ଓଡ଼ିଆ ସାହିତ୍ୟ
ପିଲାଦିନେ ବେଲ୍, ବଲ୍ ଜହ...
ଧନ୍ ଥିସି କମ୍
ଯୁଆନ୍ଦିନେ ବଲ୍, ଧନ୍ ଜହ...
ବେଲ୍ ମିଲ୍ସି କମ୍
ବୁଢ଼ାଦିନେ ବେଲ୍, ଧନ୍ ଜହ...
ବଲ୍ ହେସି କମ୍
ଯେନ୍ବେଲେ ଯାହା କମ୍ ଥିସି
କରିଜାନ୍ସି ଯେ ଯତନ୍
ସବୁବେଲେ ସେ ଜିଇଁପାର୍ସି
ଉସତ୍ଭରା ଜୀବନ୍
ବେଲ୍, ବଲ୍, ଧନ୍ ତିନ୍ହିଟାକେ
ନାପି ଜୁଖି କଲେଁ ଖର୍ଚା
ସମିଆ ଯେନ୍ତା ହେଇଥିଲେଁ ଭିଲ୍
ମନ୍ ରହିଥିସି ପର୍ଛା
ଇ ତିନ୍ହେ ଏକ୍ଠାନିଆ
ନାଇଁ ଥାଆନ୍ ରହି
ଯେନ୍ ଗୁଟ୍କର୍ ଅଭାବ୍ ହେସି
ମୁନୁଷ୍ ଶିଖ୍ସି ସହି