କ କ୍କ ଭେଦରକ୍ଷା

ପିଲାଟି ଶୁଣିଲା ଧିକ୍କାର କରିଲା ତତ୍କାଳ ସ୍ବୀକାର ତା ମନ ସ୍ବଚ୍ଛ ଓ ଚିକ୍କଣ ସତେ କି ଚିକଣ ଦର୍ପଣ ଧକ୍‌କା ଓ ଧକ୍କା ସମାର୍ଥକ ଯାହା ପସଂଦ ତାହା ଲେଖ ଥକାମନକୁ ଥକ୍କାମନ ଲେଖିଲେ ହୁଏ ତ୍ରୁଟିପୂର୍ଣ ପକ୍‌କା ଓ ପକ୍କା ଏକାର୍ଥକ ବନାନ ଭିନ୍ନ, ଅର୍ଥ ଏକ ଶୁଳ୍କ ବି ଲେଖାହୁଏ ଶୁଳ୍‌କ ରୂପ ଅଲଗା ସମାର୍ଥକ ଏପରି ଆଉ ବହୁ ବର୍ଣ ଲିଖନ ହୁଏ ପ୍ରୟୋଜନ ପ୍ରତ୍ୟେକଟିକୁ ଦେଇ ଧ୍ୟାନ କରିବା ମଂଥର ଲିଖନ ଅସ୍ଥିର ମତି ଦ୍ରୁତଗତି କରିସାରିଛି ଖୁବ୍‌ କ୍ଷତି ତହିଁରୁ ଲୋଡ଼ା ପରିତ୍ରାଣ ବଢାଉଁ ସ୍ବଭାଷା ସଂମାନ ଟୋକୀଟି ଦେଲା ଯେଣୁ ଧୋକା ଟୋକା ପାଇଲା ବଡ଼ ଧକ୍କା ପକ୍କା ଘରର ଛାତ ପକା କାମ ସାରିଲେ ଯିବ ମକ୍କା କିଏ ମାରିଲା ଚୌକା ଛକ୍କା କହି ତ ହେବନି ଅବିକା ପବନ ନ ଥିଲା ଚକର ଛକରେ ମାରିଲା ଚକ୍କର ଟୋକାଟି ଅଟେ କଟକର କାହାର ସହିତ ଟକ୍କର ନିଏନା ପାଇଲେ ଠୋକର ହୁଏନା ମୋଟେ ହରବର ବର୍ଣର ଭେଦ ଯୋଗୁଁ ଭାଷା ହୁଅଇ ମଧୁର ସରସା ସବୁ କରିଲେ ଏକାକାର ନିଶ୍ଚୟ ବଢଇ ବିକାର କ କ୍କ ଭେଦାଭେଦ ରକ୍ଷା ସକାଶେ ଏ ଅଳପ ଶିକ୍ଷା କରିବା ସଭିଏଁ ପାଳନ ହୋଇବ ଭାଷାର ଉତ୍‌ଥାନ

What's Your Reaction?

like

dislike

love

funny

angry

sad

wow