ନିଶ୍ଚଳ ଗଛ ଗୁରୁ

ରହି ଏକ ଠାବେ ନିଶ୍ଚଳ ଗଛ କରୁଥାଏ ଉପକାର ବୁଲି ଚାରିଆଡ଼େ ସଚଳ ମଣିଷ କାମ କରଇ ବେକାର ଅନେକ ଲୋକଂକୁ ଭେଟି ଜଣାଇଲେ ଅଟକି ରହଇ କାମ କାମ ଛଡ଼ା କ'ଣ ଦେବା ସଂସାରକୁ ଭାବୁଁ ଏ ଦିନ ତମାମ କହିଶୁଣି ପୁଣି ଶୁଣିକହି କିଆଁ ହେଉଁ ଓ କରୁଁ ବିରକ୍ତ କେତେ କ'ଣ ସତେ ସଂଚି ରଖିଛୁଁ ଯେ ହେଉନୁ କର୍ମ ଆସକ୍ତ ସ୍ବସ୍ଥାନେ ରହି ଗଛଟିଏ ଭଳି ଅଜାଡ଼ୁଁ ପତର ଫୁଲ ଯେତେ ଦେବା ତହୁଁ ଅଧିକ ମିଳିବ ହେବାନାହିଁ କଲବଲ ଏହା ଯଦି ସତ କହ ତ କିପାଇଁ ଏଆଡ଼େ ସେଆଡ଼େ ବୁଲ ଆଉ କେତେ ବଳ ଓ ବେଳ ସାରିଲେ ବୁଝିବ କାମର ମୂଲ ?

What's Your Reaction?

like

dislike

love

funny

angry

sad

wow