ବଚନ ମଧୁର

ବଚନ କୋମଳ ମଧୁର ହେଲେହେଁ ସତ୍ୟକୁ ସ୍ବୀକାର ନ କଲେ ହୋଇଥାଏ ବ୍ୟର୍ଥ ତେଣୁ ହିଁ ତାହା ଅଯଥାର୍ଥ ଶ୍ରୋତାଂକ ମନୋଭାବ ଜାଣି ଉଚ୍ଚାରି ମଧୁବୋଳା ବାଣୀ କରୁଁ ସତ୍ୟର ମାନ କ୍ଷୟ ବାଣୀ ବି ହୁଏନି ଅକ୍ଷୟ କେହି ନ କଲେ କିଛି କଷ୍ଟ ବିଷୟ ରହଇ ଅସ୍ପଷ୍ଟ ସତ୍ୟ ଯେଉଁଠି ହୁଏ ନଷ୍ଟ ସେଠାରେ ଜନଗଣ ଭ୍ରଷ୍ଟ ବାସ୍ତବତାକୁ ଅସ୍ବୀକାର ଯୋଗୁଁ ହୁଏନା ଉପକାର ଲୋକଂକ ନିତ୍ଯ ବ୍ୟବହାର ଦ୍ବାରା ହିଁ ଗଠିତ ସଂସ୍କାର ସଂସ୍କାରହୀନ ଯେଉଁ ଜାତି ସ୍ବାର୍ଥସାଧନେ ରହେ ମାତି ତା ଭାଷା ତାହାର ସଂସ୍କୃତି ସର୍ବଦା ସହେ ସବୁ କ୍ଷତି ବ୍ୟକ୍ତିର ନାହିଁ ଏତେ ଶକ୍ତି କ୍ଷମତା ଅବା ପ୍ରତିପତ୍ତି ଅର୍ଜନ କରି ତୁଚ୍ଛ ଖ୍ୟାତି ସେ ଟାଳି ପାରେନା ଦୁର୍ଗତି ବ୍ୟକ୍ତି ବଂଦନା ପ୍ରଥା ଛାଡ଼ି ସମୂହ ସହ ହୋଇ ଯୋଡ଼ି ସ୍ବଭାଷୀ କଲେ ନିଜ କାମ ବଢଇ ଭାଷାର ସୁନାମ

What's Your Reaction?

like

dislike

love

funny

angry

sad

wow