ବିଶ୍ବାସ ଓ ବିଜ୍ଞାନ
ବିଶ୍ବାସ ଅଟେ ସ୍ମୃତିଗତ
ବିଜ୍ଞାନ ସଂଦେହ ମିଶ୍ରିତ
ବିଶ୍ବାସ ଅତି ବ୍ୟକ୍ତିଗତ
ବିଜ୍ଞାନ ପ୍ରମାଣ ଜଡ଼ିତ
ବିଶ୍ବାସ ସହିତ ବିଜ୍ଞାନ
ନ ମିଶି ହୋଇଥିଲେ ଭିନ୍ନ
ଅଯଥା ବଚନ ମଂଥନ
ଚାଲୁ ରହଇ ଘନ ଘନ
କେ ନୁହେ କାହାର ବିକଳ୍ପ
ବିଶ୍ବାସ ବିଜ୍ଞାନ ସ୍ବରୂପ
ଆଚ୍ଛନ୍ନ କରିଥିଲେ ମନ
କେହି ନ ହୁଏ ସଂଦିହାନ
ଏ ଦୁଇ ହୋଇ ବିପରୀତ
ଆବୋରି ମନୁଷ୍ଯର ଚିତ୍ତ
କରଂତି ଖୁବ୍ ଆଂଦୋଳିତ
ସଂଘର୍ଷ ଜାରି ଅବିରତ
ବିଶ୍ବାସ ବିଜ୍ଞାନ ସଂମତ
ସର୍ବଦା ନୁହେ ପ୍ରମାଣିତ
ବିଶ୍ବାସ କଲେ ଖୋଜି ଭିତ୍ତି
ଅସ୍ଥିର ହୁଏନାହିଁ ମତି
ଭିତ୍ତିହୀନ ବିଶ୍ବାସ ଧାରୀ
ସଂସାରେ ଚଳିବ କିପରି
ଏ ପ୍ରଶ୍ନ ନିଜକୁ ପଚାରି
ହୋଇବା ଶୁଦ୍ଧ ଜ୍ଞାନ ଧାରୀ
ବିଶ୍ବାସ ଧରି କଲେ କାର୍ଯ
ଅଂଧାର ହଟେ, ଉଠେ ସୂର୍ଯ
ବୁଝିଲେ କାର୍ଯର ତାତ୍ପର୍ଯ
ଅବଶ୍ୟ କରିବା ସ୍ବୀକାର୍ଯ
କେବଳ ଧାରଣା ବିଶ୍ବାସ
ମନରେ ଥିଲେ କାଳ ନାଶ
ବିଶ୍ବାସ ଧରି କାମ ଶେଷ
କଲେ ହିଁ ବଢଇ ବିଶ୍ବାସ
କେବଳ ଧର୍ମାଳୟ ଯାଇ
ଭଜନ କୀର୍ତନ କରଇ
ନ କରେ ଅନ୍ୟ କିଛି କାମ
ଜୀବନ ହୁଏ ଅନୁତ୍ତମ
ବିଜ୍ଞାନ ସଂଗତ ବିଶ୍ବାସ
ପୋଷଣ କରିଲେ ମଣିଷ
କ୍ରମଶଃ ହୁଏ ସର୍ବଶ୍ରେଷ୍ଠ
ଆୟୁଷ କରେନାହିଢ଼ଁ ନଷ୍ଟ
ବିଷୟ ହୋଇଥାଏ ସ୍ପଷ୍ଟ
ସଂସାରୁ ଦୂର ହୁଏ କଷ୍ଟ
ମନୁଷ୍ୟ ସାମର୍ଥ୍ୟ ବିଶିଷ୍ଟ
ସର୍ବଦା ରହୁ ସେ ସଚେଷ୍ଟ