ଭାଷାର ବିରୋଧୀ

କୌଣସି ଭାଷାର ବିରୋଧ କରେ ଯେ ତାର ରୁଚିବୋଧ ନୁହେ କେବେ ବି ପରିଚ୍ଛନ୍ନ ଭ୍ରମିତ ଅଟେ ତାର ମନ କେବଳ କରିଲେ ଘୋଷଣା ବିରୋଧୀ ନାମେ ହୁଏ ଗଣା ଭାଷାକୁ କରେନାହିଁ ତ୍ୟାଗ ସର୍ବଦା କରଇ ପ୍ରୟୋଗ ତେବେ ବି କହେ ' ମୁଁ ବିରୋଧୀ କରିବି ନାହିଁ କେବେ ସଂଧି ' ନିଜ ମତରେ ହୋଇ ବାଂଧି ସେ ହୁଏ ନିଜ ଜାଲେ ଛଂଦି କେ ଖାଏ ରୁଟି କିଏ ଭାତ ଏହାକୁ ଧରି ଭିନ୍ନ ମତ ନୁହଇ କେବେ ବି ଉଚିତ ଉଭୟ କରିଥାଏ ହିତ କେ ପିଂଧେ ଲୁଂଗି କିଏ ଧୋତି କେ କିଣେ ହୀରା କିଏ ମୋତି କେ ଚଢେ ଗାଡ଼ି କିଏ ଚାଲେ ଏମିତି ଏ ସଂସାର ଚଳେ ଚୁଡ଼ା ଓ ଗୁଡ଼ ଓ ନଡ଼ିଆ ଖାଇବା ଲୋକ ହିଁ ଓଡ଼ିଆ ଇଡିଲି ଦୋସା ଓ ସଂବର ଖାଇଲେ ହୋଇଯାଏ ପର? ଏପରି ବିଚିତ୍ର ବିଚାର ମନେ ଯାହାର କରେ ଘର ସେ ଥାଉ ଆପଣା ପ୍ରକାର ବିତର୍କ ନାହିଁ ଦରକାର ବିରୋଧ କିଂବା ପ୍ରତିବାଦ ଯଦି କେତେଟା ଫଂପା ଶବ୍ଦ ପଡ଼େନା ତାହାର ପ୍ରଭାବ ଜାତ ହୁଏନା ଅସଦ୍‌ଭାବ ମତିକୁ ଜାଣି ମତ ଭିନ୍ନ କିଛି ବି ହୁଏନି ବିପନ୍ନ ମତକୁ ଧରି କଲେ ଯୁଦ୍ଧ ମତି ବି ହୋଇଯାଏ ରୁଦ୍ଧ ରୁଦ୍ଧମନସ୍କ ଯେତେ ଜ୍ଞାନୀ କହିଲେ ଯେତେ ଯାହା ବାଣୀ ସବୁକୁ ଗିଳିଲା ପବନ ସୁଂଦର ଚାଲିଛି ଜୀବନ ପରସ୍ପରକୁ ଦେଇ ନେଇ ଅନେକ ଭାଷା ଅଛିଢ଼ ରହି କେହି ନୁହଇ ବଡ଼ ସାନ ପ୍ରତ୍ୟେକେ ଅଟଂତି ଅନନ୍ୟ

What's Your Reaction?

like

dislike

love

funny

angry

sad

wow