ଲାଜକୁଳୀ ଭାବ

ଭାବଭରା ଲେଖା କୌଣସି ଭାଷାରେ କେବେ ହୁଏନାହିଁ ବାସି ସବୁବେଳେ ସ୍ଥଳ କାଳ ଟପିପାରେ ଚିରଂତନକୁ ପ୍ରକାଶି ମତ ବିଶ୍ବାସ ଓ ଧାରଣା ବଦଳେ ସଂସାରରେ ବାରଂବାର ସ୍ଥାୟୀ ଭାବରାଶି ସଦା ଉପସ୍ଥିତ ହୃଦୟ ତାହାର ଘର ଘଟନାବଳିର ପାଲରେ ପଡ଼ିଲେ ଅସ୍ଥିର ହୁଅଇ ମନ ଲାଜକୁଳୀ ଭାବ ଅତି ସଂକୋଚରେ କରଇ ଆତ୍ମଗୋପନ ବିବରଣାତ୍ମକ ବାକ୍ୟାବଳିର ଘନଘନ ଉତ୍‌ପାଦନ ବଢାଇ ପାରେନା କୌଣସି ଭାଷାର ପ୍ରତିଷ୍ଠା ଅଥବା ମାନ

What's Your Reaction?

like

dislike

love

funny

angry

sad

wow