ଶପଥ ବାକ୍ୟ

ଯଦି କେହି କେବେ ନିଜେ ନିଜଠାରେ କରିଥାଏ କିଛି ଶପଥ ତାହା ହିଁ ତାହାକୁ ସୁପଥ ଦେଖାଇ ହୋଇଯାଏ ତାର ସ୍ବପଥ ନିଜର ମନକୁ ଶପଥ ଡୋରରେ ଯିଏ ଦେଇଥାଏ ବାଂଧି ଦ୍ବିମୁଖୀ ଭାବନା ଦ୍ବିଧା ଜାତ ହେଲେ ହୁଏନାହିଁ କେବେ ଛଂଦି ନିଜର ବଚନ ନିଜେ ପାଳୁଥିଲେ ମିଳୁଥାଏ ଯେଉଁ ସୁଖ ତାହା ଯୋଗୁଁ ସିଏ ସହି ନେଇପାରେ ଯାବତୀୟ ପୀଡ଼ା ଦୁଃଖ ନିଜର ଶପଥ ବାକ୍ୟ କେତେଟା ନିଜେ ହିଁ ରଚନା କରି ସେହି ଅନୁସାରେ ସଂସାରେ ଚଳିବା ନିଜର ଭରସା ଧରି ନିଜ ଦେହ ମନ ବୁଦ୍ଧି ଜ୍ଞାନର ନିଜେ ଯେଣୁ ଅଧିପତି ତହିଁର ସୁରକ୍ଷା ବିକାଶ ସକାଶେ ଚଳାଇବା ନିଜ ମତି ବ୍ୟକ୍ତି ଚଳିଲେ ଏହି ଧାରା ଧରି ବହୁ କାମ ପାରେ କରି ନିଜର ଜୀବନ ଯାପନ ନିମଂତେ ଏହା ଅତି ଦରକାରୀ

What's Your Reaction?

like

dislike

love

funny

angry

sad

wow