ସମୟନାଶକ ଚର୍ଚା

ସମୟନାଶକ ଚର୍ଚା ନିରର୍ଥକ କରି ସାରୁଥାଉଁ ବେଳ ସତରେ ଯେମିତି ଚର୍ଚାକାରୀଂକୁ ମିଳିଛି ଅନଂତ କାଳ କେଉଁଠି କଠୋର କେଉଁଠି କୋମଳ ହୋଇଥାଏ ଲୋକବାଣୀ କପଟ ବିନୟ , ରୁଷ୍ଟ ଅଥୟ ଭାବନା ଦିଅଂତି ବୁଣି ଯାହା ବି ହେଉଛି ସଭା ଆସରରେ କିଛି ଭଲ କିଛି ମଂଦ ଶୃଂଖଳାବିହୀନ ବକ୍ତବ୍ୟ ମାଳା ବଢାଏ ମନରେ ଦ୍ବଂଦ୍ବ ପ୍ରସଂଗ ହୁଏ ଅଛୁଆଁ ଅଲୋଡ଼ା ମତ ମଂଡନ ଖଂଡନ ନିରଂତର ଏଠି ଚଳାଇ ରଖଂତି ଭାଷା ଆଲୋଚକଗଣ ତଥ୍ୟ ହୋଇଲେ ସଦା ଉପେକ୍ଷିତ ମୂଲ୍ୟହୀନ ହୁଏ କଥ୍ୟ ଭୟଂକର ବ୍ୟାଧିଗ୍ରସ୍ତ ଭାଷାକୁ ମିଳେନି ଔଷଧ ପଥ୍ୟ ଏତେ ହଂତସଂତ କିପାଇଁ ହୁଅଂତି ଆମ ଭାଷା ଆଲୋଚକ ଆତ୍ମମୟ ହୋଇ ରହଂତି ଅଂଧାରେ ଦିଶେନାହିଁ ଦିବାଲୋକ

What's Your Reaction?

like

dislike

love

funny

angry

sad

wow