ଏତେ ଅନ୍ୟାୟ କିଆଁ ?

ସାମାନ୍ୟ ବନାନ ଭୁଲ୍‌ କଲେ ପିଲା ପରୀକ୍ଷାରେ ହୁଏ ଫେଲ୍‌ ବାରଂବାର ତ୍ରୁଟିକାରୀ ସାଂବାଦିକ ବଢାଏ କାଗଜ ସେଲ୍‌ ବଡ଼ମାନଂକର ଭୁଲ୍‌ କ୍ଷମଣୀୟ ପିଲାଂକର ଦଂଡନୀୟ ଏ ପରଂପରାର ବିନାଶ ଘଟିଲେ ଭାଷା ହେବ ବରଣୀୟ ଏବେ ତ ଚାଲିଛିଢ଼ ବିଶୃଂଖଳା ଓ ପୂର୍ଣ ଅରାଜକତା ଭାଷାର ସ୍ଥିତି ତ ଶୋଚନୀୟ ଅତି ଚାରିଆଡ଼େ ନିଷ୍କ୍ରିୟତା ବଡ଼ମାନେ ମିଶି ଶୈଶବ ବିନାଶୀ କେଜାଣେ କାହିଁକି ହେଲେ ଏତେ ଅତ୍ୟାଚାର ପାଇ ଶିଶୁଗଣ ନିଜର ପେଟ ପୋଷିଲେ ଲଜ୍ଜା ଲାଗୁନି ଏଠାରେ କାହାକୁ ଶୈଶବ ଦେଲେ ମାରି ବାପା ମାଆ ସହ ମିଶି ରହିଛଂତି ଯେତକ ଶିକ୍ଷା ବେପାରୀ ଅକାରଣେ ଏଠି ସଂତାନଗଣ ସହୁଛଂତି ଅତ୍ୟାଚାର କାହାର ମଂଗଳ ପାଇଁ ଚଳାଇଛୁଁ ଏତେ ପାତର ଅଂତର ପଚାରିଲି ଗାଆଁ ସହରରେ ବୁଲି ସଭିଏଁ କହିଲେ : ଏ ସମସ୍ୟା ଅବାଂତର ବଡ଼ ସାନ ଭେଦ ଲାଗି ରହିଥାଏ କିଆଁ ବୃଥା ଚିଂତା କର? ସତ କହୁଛିଁ ମୁଁ ମୋ ପାଖରେ ନାହିଁ ଏହି ପ୍ରଶ୍ନର ଉତ୍ତର ଉତ୍ତର ବିହୀନ ଏହି ପ୍ରଶ୍ନଟି ହାତ ଟେକେ ବାରଂବାର

What's Your Reaction?

like

dislike

love

funny

angry

sad

wow