ବାଦଲ୍‌ ଶୁନ୍‌ବା ବଲି

ଯାହା ବି ଶିଖିଛେଁ ଆଏଜ୍‌ତକ୍‌ ଇନ ନାଇଁ ପାରଲେ ଭୁଲି ନିଜ୍‌କେ ଆରୁ ଚିହ୍ନି ନାଇଁହୁଏ ନାଇଁପାରେଁ ଟୁଁଡ଼୍‌ ଖୁଲି ମୋତେ କିଏ କାଣା ଭାବ୍‌ବା ବଲି ଭାବୁଥିଲେ ନିଜେ ମୁଇଢ଼ଁ ମୋର୍‌ ଅଂତର୍‌ କାଣା କହେସି ଯେ କେଭେଁ ଶୁନିପାରେଁ ନାଇଁ ନିଜ୍‌କେ ପାସ୍‌ରି ଯାହା ବି କର୍‌ମି ହେବା ଚୁଛା ଅଭିନୟ୍‌ ଗୁଟେ ଦିହି ଥରେ ଜୀବନ୍‌ ମିଲିଛେ ମନେ ନାଇଁରଖେଁ ଭୟ୍‌ ସମ୍‌କର୍‌ ମନ୍‌ ଘିନ୍‌ମି ଧର୍‌ମି ନାଇନ ଏତେଟେ ଶକ୍ତି ଯାହା ବି କରୁଛେଁ ସେଟା ନ ଆଏ ମୋର୍‌ ସଂସାର୍‌ ଭକ୍ତି ଯେ ନାଇଁଥାଏ ଆଖେ ପାଖେ ତାକେ କାଁଯେ ଦେମି ଗାଲି ଶବ୍ଦଟେ ତ ନାଇଁପଡ଼େ ତାର୍‌ କାନେ କେନ୍‌ତେଇ ଯିବା ବଦ୍‌ଲି ? ଯେ ଯାହା ମନ୍‌ କହେଲେ କହୁନ୍‌ ବାଛ୍‌ଲା ବାଟେ ଚାଲି ଯାଇ ପାର୍‌ମି ଏକ୍‌ସୁରିଆ ପୁହୁଁଚି ଯିମି କାଲି ଯିବାର୍‌ ବେଲେ ସବୁ ମାଡ଼୍‌ମି ପଖନ୍‌ ମାଏଟ୍‌ ବାଲି ଚାଲତେଲ୍‌ ମୁଇଁ ଗୀତ୍‌ ଗାଉଥିମି ବାଦଲ୍‌ ଶୁନ୍‌ବା ବଲି

What's Your Reaction?

like

dislike

love

funny

angry

sad

wow