ସ୍ବେଚ୍ଛାଚାଳିତ ଭାଷା

ସ୍ବେଚ୍ଛାରେ ହେଲେ ଇଚ୍ଛାଦାସ ନ ହୁଏ ଜ୍ଞାନର ବିକାଶ ଅଜ୍ଞାନ ହୁଏ ମନମୁଖୀ ସର୍ବଦା ଅଶାଂତ ଅସୁଖୀ ଅସୁଖୀ ଲୋକଟିର କାମ ନ ହୁଏ କେବେ ବି ଉତ୍ତମ ଯାହା ବି ଯାହିତାହି କରି ଚଂଚଳ ଦେଇ ତାହା ସାରି ନିଜ ଇଚ୍ଛାକୁ ରଖି ଧରି ସେ ହୁଏ ଇଚ୍ଛାର ପୂଜାରୀ କାର୍ଯକ୍ଷେତ୍ରରେ ଯାଏ ହାରି ସଭିଂକୁ ଶୁଣାଏ ଗୁହାରି ମନୁଷ୍ୟ ହେଲେ ଦୟନୀୟ ମନରେ ପୋଷି ରଖେ ଭୟ ନ ହୁଏ ସୁଜ୍ଞୀନ ଉଦୟ କାଳକ୍ରମେ ସେ ହୁଏ କ୍ଷୟ ସ୍ବଦେହ ଆତ୍ମାର ନିବାସ ତାହାକୁ କଲେ ଉପହାସ ସ୍ଥଗିତ ଉନ୍ନତି ବିକାଶ ସଂସାରେ ଘଟେ ସର୍ବନାଶ ସ୍ବଦେହ ଯେହେତୁ ମାଧ୍ୟମ ଲୋଡ଼ା ପଡ଼ଇ ପରିଶ୍ରମ ନ ହେଲେ ସଚେଷ୍ଟ ସକ୍ରିୟ କଦାପି ମିଳେନା ବିଜୟ କେବଳ କରିଲେ ଗୁହାରି ନ ହୁଏ ଉନ୍ନତି କାହାରି କୃପା ଆଶ୍ରିତ ହୋଇ ଲୋକ କେବଳ ମାଗେ ଦୟା ଭିକ ଯଦି ନ ବଢେ ମନୋବଳ ଯଦି ନ ହୁଏ ସୁଶୃଂଖଳ ଇଚ୍ଛାଟେ ହୋଇଲେ ପ୍ରବଳ ସାଧୁ ବି ହୋଇଯାଏ ଖଳ ସ୍ବେଚ୍ଛାଚାଳିତ ନୁହେ ଭାଷା ଲୋକଂକୁ କରଇ ଭରସା ଲୋକେ ରହିଲେ ଉଦାସୀନ ଘଟଇ ଭାଷାର ପତନ ଭାଷା ସହିତ ଯୋଡ଼ା ଆଶା ପାରସ୍ପରିକ ମିଳାମିଶା ଭାବର ଆଦାନ ପ୍ରଦାନ ଯୋଗୁଁ ହିଁ ବଢେ ଭାଷା ମାନ କେବଳ ଘୋଷଣା ପ୍ରଚାର ଭର୍ତ୍ସନା ଚିତ୍କାର ଧିକ୍‌କାର ହେଲେ ଭାଷାରେ ନିରଂତର ବଢଇ ପାତର ଅଂତର ଅନିୟଂତ୍ରିତ କଥାବାର୍ତା ଯୋଗୁଁ ହୁଅଇ ଦୁରବସ୍ଥା କରି ପାରିଲେ ନିୟଂତ୍ରଣ ହୁଏ ସଦ୍‌ଭାବ ଜାଗରଣ ଆପଣା ଦାୟିତ୍ବ ପାଳନ ନିମଂତେ ମାଗି ଅନୁଦାନ ଯେ ଘରେ ରହିଥାଏ ବସି ସେ ହୁଏ ଭାଷାର ବିନାଶୀ ଏପରି କେତେ ଜଣ ଲୋକ ପୋଷଂତି ନିର୍ଲଜ୍ଜ ସ୍ତାବକ କରାଂତି ନିଜ ଗୁଣଗାନ ନ ଦେଇ ଭାଷା ପ୍ରତି ଧ୍ୟାନ ଯଶସ୍ବୀ ବୋଲାଇଲେ ବ୍ୟକ୍ତି ବଢାଏ ନିଜ ପ୍ରତିପତ୍ତି ଭାଷା ହେଲେ ସୁଦ୍ଧା କ୍ଷତି ନ ଛାଡ଼େ ଆପଣା ପ୍ରକୃତି

What's Your Reaction?

like

dislike

love

funny

angry

sad

wow