ଜୀବନବାଦ

ଜୀବନରେ ଅଛି କେତେ ସୁଆଦ ସବୁ ଭୁଲି ଖାଲି ବାଦାନୁବାଦ ଅଳପ ସୁନାରେ ଅଧିକ ଖାଦ ଚାରିଦିଗେ ଶୁଭେ ବିକଳ ନାଦ ସପନଦେଖାରେ ଯୌବନ ଖଟାଇ ପାକଳ ବୟସେ ନୂଆ ବିଷାଦ ଯାହାଠାରୁ ପାଉଁ ସଦା ଅପବାଦ ତାକୁ ଦେଉଥାଉଁ ଧନ୍ଯବାଦ ସାମ୍ଯ ସାମଂତ ସମାଜ ବାଦ ସ୍ବଜାତି ପ୍ରଗତି ବିସଂବାଦ ସବୁର ସାରାଂଶ ଛୋଟ ପ୍ରମାଦ ସମୟ ସଂବଳ ଅଂତର୍ବିବାଦ ଦ୍ବିଧାବିଭକ୍ତ ଜିଂଦା ମୁର୍ଦାବାଦ ଅଲଭ୍ଯ ଏବେ ଜୀବନବାଦ

What's Your Reaction?

like

dislike

love

funny

angry

sad

wow