ଦେଶର ହାଲ୍‌ଚାଲ୍‌

ଯୋଗ୍ୟତା ନ ଥାଇ କ୍ଷମତା ମିଳୁଛି ଦକ୍ଷତା ନ ଥାଇ କାମ ଦେଖୁଅଛୁଁ ଏବେ ଏ ଦେଶର ସର୍ବେ ଏ ନୀତିର ପରିଣାମ ବିଧି ପ୍ରଣୟନ କରି ଉଲ୍ଲଂଘନ ଚଳାଇବାର ଅଭ୍ୟାସ କେତେ କ୍ଷେତ୍ରରେ ଘଟାଇ ଦେଉଛି ବହୁ ମୂଲ୍ୟବୋଧ ହ୍ରାସ ଅତୀତ କାହାଣୀ କହି ଆଉ ଶୁଣି କଟୁଛି ଆମର କାଳ କଳା ଅଂଧାର ଏବେ ଚିରଂଜୀବୀ ପାହୁନି ତୋଫା ସକାଳ ସବୁ କାମ ପାଇଁ କରୁଥାଂତି ଲୋକେ ପ୍ରାର୍ଥନା ଆଉ ଗୁହାରି ଏ ସବୁ ଶୁଣିବା ଓ ବୁଝିବା ଲାଗି କେହି ନାହିଁ କାନ ଡେରି ନିଜର ଦାୟିତ୍ବ ନିଜେ ନେବା ପାଇଁ ଲୋକେ ହୁଅଂତି ଅମଂଗ ଇଂଦ୍ରଧନୁକୁ ଗିଳି ସାରିଲେଣି କଳା ଧଳା ଦୁଇ ରଂଗ ଯାହାର ସହିତ ଯେ ମିଶି ପାରେନି ପ୍ରଧାନ ଶତ୍ରୁ ହୁଏ ପଛୁଆଳ ହୋଇ ଯିଏ ବୋଲକରା ସିଏ ହିଁ ମିତ୍ର ବୋଲାଏ ଘର ସାହି ଗାଆଁ ଜିଲା ସୀମା ନେଇ ଚାଲିଛି ଯେତେ ବିବାଦ ସମଗ୍ର ଦେଶକୁ ଏକ କହିବା ତ ମନେ ହୁଏ ହାସ୍ୟାସ୍ପଦ କଳହ ପ୍ରବଣ ନାଗରିକଗଣ ଦେଖାଂତି ଆପଣା ଭାଉ ସବୁ ଭୟାବହ, ଆମେ ତ ନିରୀହ କ'ଣ କରିବା ଆଉ ?

What's Your Reaction?

like

dislike

love

funny

angry

sad

wow