ବାପା

ତୁମରି ଆଦର ତୁମରି ସ୍ନେହର ତୁମରି ପ୍ରେମର ତୁମରି ଶ୍ରଦ୍ଧାର କଳନା ନାହିଁ କଳନା ନାହିଁ। କଳନା। ଆଶାବିଶ୍ବାସର ଅଭୟ ପ୍ରାଚୀର ତୁମରି ସେବାର ତୁମ ମମତାର ଛଳନା ନାହିଁ ଛଳନା ନାହିଁ। ଛଳନା। ପାଷାଣ ମୂରତି ନରମ ତା ଛାତି ତାହାରି କୋଳରେ ମୋର ଚିରଶାନ୍ତି ତାହାରି ପ୍ରେମର ତାହାରି ଦାନର ତୁଳନା ନାହିଁ ତୁଳନା ନାହିଁ। ତୁଳନା। ତା ପାଦେ ସରଗ ତା ହାତେ ମୋ ଭାଗ୍ୟ ତାହାର କରୁଣା ତାର ଅନୁରାଗ ସେ ଥିଲେ ପାଖରେ ମନରେ ପ୍ରାଣରେ ଦରଦ ନାହିଁ ଦରଦ ନାହିଁ। ଦରଦ। ସବୁଠୁ ନିଜର ଅତି ଆପଣାର ଆଶା ବିଶ୍ବାସର ଦୁର୍ଗ। ଯାର ହାତେ ମୋର ହାତମୁଠା ଥିଲେ ବଳଳି ଯାଏ ମୋ ଭାଗ୍ୟ। ଅଭୟ ବରଦ ତୁମରି ଆଶ୍ରୟ ସ୍ବର୍ଗ ସୁଖ ଢାଳିଦିଅ। ନଡିଆ ଖୋଳପା ବାହାର ତୁମର ହୃଦୟ ତରଳ ଘିଅ। କିଛି ନ ଥିଲେବି ତୁମ ପଦେକଥା ହୃଦୟେ ବଢାଏ ଦମ୍ଭ। ଘରର ମୁରବୀ ମେରୁଖୁଣ୍ଟ ତୁମେ ଆଶା ବିଶ୍ବାସର ଖମ୍ବ।

What's Your Reaction?

like

dislike

love

funny

angry

sad

wow