ଏକ, ଅନେକ

ଯାହା ଦିଶଇ ମାତ୍ର ଏକ ତାହା ତ ପ୍ରକୃତ ଅନେକ ଥାଏ ଅନେକ ପତ୍ର ଫୁଲ ଗଛଟେ ଦିଶଇ କେବଳ ଶରୀର ହୋଇ ସୁଦ୍ଧା ଏକ ଅଂଗାବୟବ ଏକାଧିକ ଗଛ କି ଦେହ ଅଟେ ଏକ ଅଥବା ସତରେ ଅନେକ? ପୁସ୍ତକ ହୋଇଥାଏ ଏକ ତହିଢ଼ଁରେ ପୃଷ୍ଠା ତ ଅନେକ ଏକ ପୃଷ୍ଠାରେ ବହୁ ଧାଡ଼ି ସ୍ବସ୍ଥାନ ରହିଥାଂତି ମାଡ଼ି ଧାଡ଼ିରେ ଏକାଧିକ ଶବ୍ଦ ଦେଖି ପାଠକ ହୁଏ ମୁଗ୍‌ଧ ଶବ୍ଦରେ ଅନେକ ଅକ୍ଷର ସଭିଏଁ ଦେଖୁଁ ବାରଂବାର ଅନେକ ଭାଷା ଭରା ଦେଶ କରଂତି ଭାବନା ପ୍ରକାଶ ଅନେକ ହୋଇଯିବେ ଏକ ଏହା ନୁହଇ ସ୍ବାଭାବିକ ଅନେକ ଯୋଗୁଁ ଶ୍ରୀସଂପନ୍ନ ହୋଇଅଛଂତି ଭାଷାମାନ କେବଳ ଗୋଟିଏକୁ ଧ୍ୟାନ ପ୍ରଦାନ ନୁହେ ସମୀଚୀନ ଅନେକ ମଧ୍ୟେ ସମନ୍ବୟ ଅଟେ ଦେଶର ପରିଚୟ ତହିଁରେ ଘଟାଇଲେ କ୍ଷୟ ସଭିଏଁ ଲଭିବେ ବିଲୟ ସଭିଏଁ ହେବେ ଏକାକାର ଜିଇଁ କରିବେ ଏକାହାର କରିବେ ଏକ ବ୍ୟବହାର ଏ ନୁହେ ଯଥାର୍ଥ ବିଚାର ସଂଖ୍ୟାରେ ହେଲେ ବି ଅଧିକ ସ୍ବୀକାର କଲେ ପ୍ରତି ଏକ ସଭିଏଁ ହୋଇବେ ସାର୍ଥକ ରହିବ ନାହିଁ କ୍ଷୋଭ ଶୋକ ଦେଶର ବ୍ୟବସ୍ଥା ଚାଳକ ବୁଝଂତୁ ଏ ବିଷୟ ତକ ଜଡ଼ିତ ଯହିଁ ସବୁ ଲୋକ ହୁଅଂତୁ ତହିଢ଼ଁର ରକ୍ଷକ ସବୁ ଭାଷାକୁ ସମଭାବ ଦେଇ ଯେ କରଇ କର୍ତବ୍ୟ ବୁଝଇ ଲୋକଂକ ସ୍ବଭାବ ନ ରଖେ କୌଣସି ଅଭାବ ଅଯଥା ପକାଇ ପ୍ରଭାବ କିଆଁ ଭୋଗିବା ପରାଭବ ସ୍ବଦେଶ ସହ ପୂରା ବିଶ୍ବ ସଂଭାଳୁ ଭାଷାର ବିଭବ

What's Your Reaction?

like

dislike

love

funny

angry

sad

wow