ବିଶ୍ବାସ ଅର୍ଜନ

ମୋତେ ବିଶ୍ବାସ କର... ବୋଲି ଯିଏ କହଇ କଥା ଖାଲି କାମ ବେଳକୁ ସର୍ଦ ଶୂନ୍ଯ ସେ ନୁହେ ବିଶ୍ବାସ ଭାଜନ ଉଚ୍ଚ ପଦରେ ଥାଏ ବସି ତେଣୁ ଯେ ସଂମାନ ପ୍ରତ୍ୟାଶୀ ସେ ବୁଝେନାହିଁ ମୂଳ କଥା ମାନ ସଂମାନ ନୁହେ ପ୍ରଥା ଯେ କରେ ସର୍ବଦା କଟୂକ୍ତି ନ ରଖି କର୍ମରେ ଆସକ୍ତି ତାହାର ହାସ୍ୟକର ଉକ୍ତି ହ୍ରାସ କରଇ ଅନୁରକ୍ତି ଥାଆଂତି ବ୍ୟକ୍ତି ଏହିପରି ଖ୍ୟାତି ଲାଳସା ମନେ ଧରି କହଂତି ବଡ଼ ବଡ଼ କଥା ନିରବ ରହିଥାଂତି ଶ୍ରୋତା ବିଶ୍ବାସ କରିଲେ ଅର୍ଜନ ବଢଇ ବ୍ୟକ୍ତିର ସଂମାନ ଭରସା ନୁହେ ସ୍ବୟଂସିଦ୍ଧ ଏହା ବୁଝିଲେ ଭାବ ଶୁଦ୍ଧ ନ ଥିଲେ ତିଳେ ହେଁ ସଂଦେହ ନ ଥିଲେ ପୂର୍ବାଗ୍ରହ ଭୟ ବ୍ୟକ୍ତି ହୋଇଲେ ସ୍ଥିରଚିତ୍ତ ସମୂହ ପାଇଥାଏ ହିତ ସଂମାନ କରୁଥିଲେ ଦାବି ମଳିନ ହୁଏ ବ୍ୟକ୍ତି ଛବି ସମୂହ ସହେ ସବୁ କ୍ଷତି ହୁଏନା କାହାର ଉନ୍ନତି ଯଶ ପାଇବା ଅଧିକାର ସ୍ବତଃ ତ ନ ଥାଏ କାହାର ହେଲେ ନିର୍ଲୋଭ କର୍ମଶୀଳ ମିଳେ ଯଶ ସଂମାନ ଫଳ

What's Your Reaction?

like

dislike

love

funny

angry

sad

wow