ସହରବାସୀ

ନର୍ଦମା କଡ଼େ ଆମ ସହର ଅନେକ ଅପୂର୍ବ ମାର୍ବଲ୍‌ ଘର ସଂଜ ହେଲେ ଆସି ସହସ୍ର ମଶା ବଢାଇଦିଅଂତି ଦୁଃଖ ଦୁର୍ଦଶା ନଦୀରୁ ଉଭାନ୍‌ ହୋଇଛି ପାଣି ପବନ ପାଉଛୁଁ ନଗଦ ଗଣି ଏହି ସବୁ ଆମ ହାତର କାମ ଖଟି ଲୁଟିବାରୁ ନାହିଁ ବିଶ୍ରାମ ପ୍ରତ୍ୟେକ ଘର ହେଲାଣି ହାଟ ଚବିଶ ଘଂଟା ଖୋଲା କବାଟ ଦୁର୍ଗଂଧକୁ ନାହିଁ ଡର ଆଶଂକା ଫୁଲୁରି ଅତର ହେଉଛି ବିକା ଜ୍ଞାନ ହୋଇଅଛି ପଣ୍ୟ ଏଠି ଧନ୍‌ବାନ୍‌ ଲୋକ ଖଟାଏ ବେଠି ବାପ ପୂର୍ବମୁଖୀ ପୁଅ ପଶ୍ଚିମା କିଏ ବି କାହାକୁ ଚାହେଁନା ଜମା ନିୟମ ଭଂଗାଳି ବୋଲାଏ ବୀର ଖ୍ୟାତି ପ୍ରତିପତ୍ତି ବଢେ ତାହାର ଆମେ ଅଛୁଁ ଯେତେ ସହରବାସୀ ଝୁରୁଥାଉଁ କାଂଦି, ନ ଜାଣୁ ହସି କଇଁଛ ଗତିରେ ଗଡ଼ଇ ଗାଡ଼ି ଏକ ପଛେ ଏକ ଲଂବାଇ ଧାଡ଼ି ସଡ଼କ ଉପରେ ପାଦ ପକାଇ କେହି ଆଉ ଏଠି ଚାଲଂତି ନାହିଁ ଗୁରୁଜନ୍‌ମାନେ ଖେଳଂତି ତାସ୍‌ ପିଲା କେତେ ହେଲେ ଫେଲ୍‌ କି ପାସ୍‌ କାହାର ଟିକିଏ ଭାବନା ନାହିଁ କେହି ଛୁଅଂତିନି କୌଣସି ବହି ଟିଭି ଫୋନ୍‌ ସଂଗେ ବିତାଂତି ବେଳ ତୁଛା ପରଚର୍ଚା ହୁଏ କେବଳ ଖେଳି ନାଚି ଗାଇ ଯୁବକ ଦଳ କାମ କରିବାରେ ସଦା ବିଫଳ ଗୃହବଂଦିନୀ ଅନେକ ନାରୀ ରଂଧାବଢା କାମ ଦେଇ ପାସୋରି ହୋଟେଲ୍‌ରୁ ଆଣି ଖାଆଂତି ଡିସ୍‌ ନାନ୍‌ ସାଂଗେ କେତେ ଚିକେନ୍‌ ପିସ୍‌ ଆମେ ଅଛୁଁ ଯେତେ ସହରବାସୀ ଏଠି ବିଳାସୀ ତ ସେଠି ସନ୍ନ୍ୟାସୀ ସମସ୍ତଂକ ବାପା ହେଲେ ହେଁ ଚାଷୀ ଏଠି କଷ୍ଟେ ରହୁଁ, ନ ଯାଉଁ ଖସି

What's Your Reaction?

like

dislike

love

funny

angry

sad

wow