ହାନି ଲାଭ୍‌ ହିସାବ୍‌

ଯେତେ ଯାହା ମୁଇଁ ଚିହ୍ନିଥିସିଁ ସବୁ ନାଇଁଥାଏଁ ଜାନି ଯେତେ ଯାହା ଭିଲ୍‌ ଜାନିଥିସିଁ ସବୁ ନାଇଁପାରେଁ ମାନି ମୁହୁଁ ଚିହ୍ନିଥିଲେ ନାଆଁ ଘାଏ ଘାଏ ନାଇଁପଡ଼େ ମୋର୍‌ ସୋର୍‌ କେତେ ଚିହ୍ନିଜାନି ବୁଝ୍‌ଲେ ଜନେକେ କହେମି ସେ ଆଏ ମୋର୍‌ ? ହାଟେ ବଜାରେ ମିଲ୍‌ଲା ଦରବ୍‌ ଘର୍‌କେ ଆନ୍‌ସିଁ ଘିନି ରଖିଦେଇଥିସିଁ ବେଉଁତ୍‌ କରି ପାରିଛେଁ ଭାଏଲ୍‌ ଚିହ୍ନି ? ଯେନ୍‌ ଜମିନ୍‌ ଟିକେ ଆବ୍‌ରିକରି ବନେଇଛେଁ ଗୁଟେ ଘର୍‌ ସେ ଟିକାକ ଛାଡ଼ି ସବୁ ମାଏଟ୍‌ ନୁହେ କାଏଁ ସତେ ମୋର୍‌ ? କେନ୍‌ଟା ମୋର୍‌ କେନ୍‌ଟା ଆମର୍‌ କେନ୍‌ଟା ଆଏ ସମ୍‌କର୍‌ ଏତ୍‌କି ପାର୍‌ଲେଁ ବନ୍‌ଏ କରି ବୁଝି ନାଇଁ ହେତିଁ ହର୍‌ବର୍‌ ଯେତ୍‌କି ପାନି ଆନ୍‌ସି ମୁଇଁ ଗଡ଼ୁ କି ଗିଲାସ୍‌ ଭରି ସେତ୍‌କି ପାନିଥିଁ ସେ ବେଲର୍‌ ଶୋଷ୍‌ ସହଜେ ପାର୍‌ସିଁ ମାରି ଇ ପୁର୍‌ଥୀର୍‌ ଶୋଷ୍‌ ମାର୍‌ବାକେ ନୁହେ ସଁଚି ଶିଖେଁ ପାନି କେନ୍‌ ଅଧିକାର୍‌ ଅଛେ ଭାଏଲ୍‌ ଯେ ନିଜ୍‌କେ ବଲ୍‌ମି ଜ୍ଞାନୀ ? ସତ୍‌ କହେଲେ ଆଏଜ୍‌ତକ୍‌ ମୁଇଁ ନିଜ୍‌କେ ନାଇଁ ଚିହ୍ନି ବିଲ୍‌କୁଲ୍‌ ନାଇଁ ଜାନି ଇ ସତ୍‌କେ ମାନୁଛେଁ ଇଛେନ୍‌ ନାଇଁହୁଏ ଲାଭ୍‌ ହାନି

What's Your Reaction?

like

dislike

love

funny

angry

sad

wow