ପ୍ରେମିକା

ପ୍ରେମିକା
ଶତ ଚନ୍ଦ୍ରମାର ଉଜ୍ଜ୍ବଳ ତା ତନୁ ମେଘ ମେଦୁରିତ କେଶ। ତାରକାର ସମ ଜଳୁଜଳୁ ଡୋଳା ସ୍ବଭାବେ ଅଳ୍ପ ବୟସ। ତନ୍ବୀ ସିମନ୍ତିନୀ କୋକିଳ ଭାଷିଣୀ ମୀନନେତ୍ରା ସୁଲୋଚନା। କବିର କବିତା ଭାବର ସରିତା ଲେଖକର କଳପନା। ଝିନ ଉତ୍ତରିୟ ଫୁଟି ଦିଶେଦେହ ଝଲସଇ ସୁଗଠନା। କଞ୍ଚନବରଣୀ କଞ୍ଚନେ ଶୋଭିନୀ ଶିଳ୍ପୀର ଚାରୁ ଳଳନା। ପକ୍ବବିମ୍ବାଧରି ରସିକା କିଶୋରୀ ବାଣ୍ଟୁଥାଏ ପ୍ରୀତିରସ। ତା ସଂଗତ ସୁଧା ମେଣ୍ଟେ ତନୁ କ୍ଷୃଧା ବାରମାସ ସହବାସ। ଶୀତ ବର୍ଷା ଗ୍ରୀଷ୍ମ ବସନ୍ତ ପାର୍ବଣ ସବୁବେଳେ ହସହସ। ହେଉଥାଏ ଗେଲ ଭରିଯାଏ କୋଳ ସିଏ ଏକ ମଧୁମାସ। ଜୀବନ୍ତ ଗଜଲ କୋକିଳର ସୁର ମସନ୍ତର ସେ ଗାୟିକା। ଖଟା ମିଠା ଲୁଣିକେବେ ଚଟପଟା ସ୍ବୟଂ ସଂପୂର୍ଣା ପ୍ରେମିକା।

What's Your Reaction?

like

dislike

love

funny

angry

sad

wow