ଲେଖାଯୁଗ୍ , କଥାଯୁଗ୍
ଓଡ଼ିଆ ସାହିତ୍ୟ
ଲେଖାଯୁଗ୍ ଏଭେଁ ଆରଂଭ୍ କରି
କଥାଯୁଗ୍କେ ଗଲେଁ ଫିରି
ଭାଷାର୍ କେତେ ହେବା ନୁକ୍ସାନ୍
ଥିର୍ ମନେ ଘାଏ କରୁଁ ଅନୁମାନ୍
ବିଜ୍ଞାନ୍, ଭୂଗୋଲ୍, ଅର୍ଥନୀତି
ଜନା ନାଇଁଥିଲେ ଭିଲ୍ ଉନ୍ନତି
ଭାଷାଟେ କେଭେଁ ନାଇଁ କରିପାରେ
ଇ କଥା ମନେ ରଖୁଁ ତ ଥରେ
ଟୁଁଡ଼େଁ ଗାଇଦେଲେ ଗୀତ୍ କବିତା
ଶୁନ୍ଲା ଉତ୍ରୁଁ ନାଇଁମିଲେ ପତ୍ତା
ଯେତେ ନୁର୍ଲେଁ ବି ମିଲେନାଇଁ
ମନୁ ସାହିତ୍ୟ ଯିବା ପଲେଇ
ଦୁହି ଆଡ଼ୁ କଲେଁ ଜବର୍ କ୍ଷତି
ନାଇଁ ହେଇପାରେ ଭାଷା ଉନ୍ନତି
ଲାଖ୍ ଲାଖ୍ ଫରଦ୍ ଅକ୍ଷର୍ ଲେଖି
ପାର୍ମା ଭାଷାର୍ ମହତ୍ ଟେକି
ଏଭେଁ ଯଦି ଆମେ ହଦ୍ରିଦେମା
ମାଆଁର୍ ବୁଲି ତ ବିଦ୍ରିଯିବା
ବେଲ୍ ଜାନି କଲେଁ ଅସଲ୍ ବୁତା
ବନ୍ମା ମାଆଁର୍ ଲାଏକ୍ ପୁତା
ଦର୍କାର୍ ନାଇଁ ଗୁଟେ ଭିଲ୍ ନେତା
ଆମେ ବଦ୍ଲାମା ଭାଷାର୍ ଅବସ୍ଥା
ଲୁକେ ବଦ୍ଲାବେ ଭାଷାର୍ ଅବସ୍ଥା