ସରଳ ବନାନ
ଆମର କଠିନ ଜଟିଳ ଲିପି ବ୍ୟବସ୍ଥା ଯୋଗୁଁ ଯେ ପାଠକ ସଂଖ୍ୟା କମି ଯାଉଛି , ଏହା ବୁଝିବା କେବେ ?
ପାରଂପରିକ ଧାରା ସହିତ ଲାଖି ରହି ସରଳ ବନାନ ଧାରାକୁ ଆଉ କେତେ ଉପେକ୍ଷା କରିବା ?
ଶଂକର ଶଙ୍କର
ସଂଚୟ ସଞ୍ଚୟ
ବାଂଛା ବାଞ୍ଛା
ସଂଜୟ ସଞ୍ଜୟ
ସଂଧାନ ସନ୍ଧାନ
ସଂପୂର୍ଣ ସମ୍ପୂର୍ଣ୍ଣ
କର୍ତା କର୍ତ୍ତା
ନିର୍ଧନ ନିର୍ଦ୍ଧନ..... ମଧ୍ୟରୁ ଯେଉଁ ପ୍ରକାର ସଫା ଦିଶୁଛି , ତାହାକୁ ଥରେ ସୁଯୋଗ ଦେବା।
ମନ ଲଗାଇ ଲେଖିବା
ସଫା ସୁଂଦର ଦେଖିବା
ଅଥବା କଦବା କିଂବା .... ମ୍ବା ?
କ୍ବଚିତ୍ କଦାଚିତ୍ କିଂଚିତ୍ ... ଞ୍ଚି ?
ଆକର ମକର କିଂକର ... ଙ୍କ ?
ଅଭୂତ ପ୍ରଭୂତ କିଂଭୂତ ... ମ୍ଭୂ ?
ଅଧିକଂତୁ ପରଂତୁ କିଂତୁ ... ନ୍ତୁ ?
ପ୍ରକୃତ ବିକୃତ ଅଳଂକୃତ ... ଙ୍କୃ
ଆବର ପ୍ରବର ସ୍ବୟଂବର ... ମ୍ବ ?
ଆପତ୍ତି ବିପତ୍ତି ସଂପତ୍ତି ... ମ୍ପ ?
ଭ୍ରମାତ୍ମକ ଧାରା କରିବା ବର୍ଜନ
ସ୍ବଭାଷା ସୁଖ୍ୟାତି କରିବ ଅର୍ଜନ
ରେଫ ଲାଗିଲେ କେଉଁ ବର୍ଣ
ବଦଳି ଯାଏନାହିଁ ଜାଣ
ଏକତ୍ର ତିନିଟି ବ୍ୟଂଜନ
କେ କରେନାହିଁ ଉଚ୍ଚାରଣ
ତେବେ ବି ପ୍ରଥାକୁ ପାଳନ
କରି ହେଉଛୁଁ ହଇରାଣ
ଏ ରୀତି ତତ୍କାଳ ବର୍ଜନ
କରିଲେ ସଂଭବ ଉତ୍ଥାନ
ଜ୍ଞାତବ୍ୟ ଦାତବ୍ୟ କର୍ତବ୍ଯ ... ର୍ତ୍ତ ?
ସୁଦଶା ସମଦଶା ଦୁର୍ଦଶା ... ର୍ଦ୍ଦ ?
ଗୋଧନ ସାଧନ ନିର୍ଧନ ... ର୍ଦ୍ଧ ?
ରଚନା ସୂଚନା ଅର୍ଚନା ... ର୍ଚ୍ଚ ?
ରଚିତ ସୂଚିତ ଚର୍ଚିତ ... ର୍ଚ୍ଚି ?
ସୁଜନ ସ୍ବଜନ ନିର୍ଜନ ... ର୍ଜ୍ଜ ?
ନିଜକୁ ପଚାରିବା ପ୍ରଶ୍ନ
ତାପରେ କରିବା ଲିଖନ
ପ୍ରଥାକୁ ଧରିଲେ ଜାବୁଡ଼ି
ଏମିତି ରହିଥିବା ପଡ଼ି
ଭାଷାରେ ତ ଜ୍ଜନ ଦ୍ଧନ ଦ୍ଦଶା ତ୍ତବ୍ୟ ଆଦୌ ନାହିଁ . ତେଣୁ ନିର୍ଜ୍ଜନ ନିର୍ଦ୍ଧନ ଦୁର୍ଦ୍ଦଶା କର୍ତ୍ତବ୍ୟ ଦିଶିଲେ ଶିଖାଳିର ମନ ବିଭ୍ରାଂତ ହୁଏ .
ନିର୍ଜନ ନିର୍ଧନ ଦୁର୍ଦଶା କର୍ତବ୍ଯ ଦିଶିଲେ ଶିଖାଳି ସହଜ ଭାବରେ ଗ୍ରହଣ କରିପାରେ .
ଏ ଭାଷା ଯାଇଛି ବିଗିଡ଼ି
ଆମେ ହିଁ ପାରିବା ସଜାଡ଼ି
ଏ ଭାଷା କରିବା ସରଳ
ହୋଇବ ସବୁଠି ସଚଳ
ସରଳତା ହିଁ ହେଉ ବଳ
ଭାଷା ହିଁ ସଂସ୍କୃତି ସଂବଳ
କରିବା ସଫା ସୁବିମଳ
ମିଳିବ ପ୍ରଚେଷ୍ଟାର ଫଳ